fbpx

ଏଣିକି ଘରେ ବସି ଜାଣିପାରିବେ PF ଆକାଉଣ୍ଟକୁ କେତେ ଟଙ୍କା ଆସୁଛି, ଜାଣନ୍ତୁ ପ୍ରୋସେସ୍

ପ୍ରୋଭିଡେଣ୍ଟ ପାଣ୍ଠି ବା ପିଏଫରେ କେତେ ଟଙ୍କା ଜମା ହୋଇଛି, ତାହା ଚାଣିବା ପାଇଁ ଆପଣଙ୍କୁ ଆଉ ବାହାରକୁ ଯିବାକୁ ପଡିବ ନାହିଁ । ଗୋଟିଏ ମେସେଜ ମାଧ୍ୟମରେ ଅତି ସହଜରେ ଆପଣ ଏହି ସୂଚନା ପାଇପାରିବେ । ଇପିଏଫଓ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଏଥିପାଇଁ ଆପଣଙ୍କୁ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଗୋଟିଏ ମେସେଜ କରିବାକୁ ପଡିବ । ମେସେଜର ମାତ୍ର କିଛି ସେକେଣ୍ଡରେ ଆପଣ ନିଜର ବାଲାନ୍ସର ସମ୍ପୂର୍ଣ୍ଣ ସୂଚନା ପାଇଯିବେ । ତେବେ ଆସନ୍ତୁ ଜାଣିବା ଏହାର ପ୍ରୋସେସ୍..

ପିଏଫ୍ ଆକାଉଣ୍ଟର ସୂଚନା ଜାଣିବାକୁ ଆପଣଙ୍କୁ ପ୍ରଥମେ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଇପିଏଫଓଏଚଓ ୟୁଏଏନ ସହିତ ୭୭୩୮୨୯୯୮୯୯କୁ ମେସେଜ କରିବାକୁ ପଡିବ । ଯଦି ତୁମକୁ ବାଲାନ୍ସର କୌଣସି ମେସେଜ ନମିଳେ, ତେବେ ଆପଣ ୧୮୦୦୧୧୮୦୦୫କୁ କଲ୍ କରି କଥା ହୋଇପାରିବେ ଓ ନିଜ ଆକାଉଣ୍ଟ ବିଷୟରେ ତଥ୍ୟ ପାଇବେ ।

Get real time updates directly on you device, subscribe now.