fbpx

EPFOର ସତର୍କବାଣୀ: PFକୁ ଆସିଥିବା ସୁଧ ଟଙ୍କା ହୋଇପାରେ ଗାଏବ୍, ଭୁଲରେ ସେୟାର କରନ୍ତୁ ନାହିଁ ଏହି ନମ୍ବର

ନୂଆଦିଲ୍ଲୀ: PF ଗ୍ରାହକମାନଙ୍କ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଖବର । କର୍ମଚାରୀ ଭବିଷ୍ୟ ନିଧି EPFO ନିଜର ସମସ୍ତ ଗ୍ରାହକମାନଙ୍କ ପାଇଁ ଆଲର୍ଟ ଜାରି କରିଛି । EPFO ନିଜର ୬ କୋଟି ପିଏଫ୍ ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ କୌଣସି ପ୍ରକାରର ଆପ୍ ଡାଉନଲୋଡ କରିବାକୁ ନେଇ ଚେତାଇଛି । EPFO ନିଜର ଟ୍ୱିଟର ଆକାଉଣ୍ଟରରେ ଏହାକୁ ନେଇ ସୂଚନା ଦେଇଛି ।

ତେବେ PF ଟଙ୍କା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏହି ଟଙ୍କା ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଜମା ହୋଇଥାଏ । ଏହା ସହ PF ଉପରେ ସୁଧ ବି ମିଳିଥାଏ । ଏପରି ପରିସ୍ଥିତିରେ PFର ଟଙ୍କାକୁ ନେଇ ଅଧିକ ସତର୍କ ରହିବା ଜରୁରି ।

EPFO ନିଜର ଗ୍ରାହକମାନଙ୍କୁ କୌଣସି ଫେକ୍ କଲଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ଆଲର୍ଟରେ କହିଛି ଯେ, ‘ଇପିଏଫଓ କେବେ ବି କଲରେ ନିଜ ଆକାଉଣ୍ଟଧାରୀଠାରୁ ୟୁଏଏନ ନମ୍ବର, ଆଧାର ନମ୍ବର, ପ୍ୟାନ୍ ନମ୍ବର ବା ବ୍ୟାଙ୍କ ଡିଟେଲ୍ସ ମାଗିନଥାଏ । ଏହା ବ୍ୟତୀତ EPFO କେବେ ବି ନିଜ ଆକାଉଣ୍ଟ ହୋଲ୍ଡରଙ୍କୁ ଫୋନ୍ ବି କରିନଥାଏ ।’

ଦୀପାବଳୀ ପୂର୍ବରୁ EPFO ପକ୍ଷରୁ PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର ଆସିଛି । EPFO ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ PF ଆକାଉଣ୍ଟଧାରୀଙ୍କ ଖାତାରେ ଟଙ୍କା ପଠାଇପାରେ ଲାଗିଛି । ଦେଶର ପାଖାପାଖି ୬.୫ କୋଟି ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ଆରମ୍ଭ ହୋଇଛି ।

Get real time updates directly on you device, subscribe now.