fbpx

ଦୁଇଚକିଆ ଯାନରେ ୪ ବର୍ଷରୁ କମ୍ ବୟସର ପିଲାଙ୍କୁ ବସାଉଥିଲେ ହୋଇଯାଆନ୍ତୁ ସାବଧାନ: ଜାରି ହେଲା ନୂଆ ନିୟମ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ନିୟମ ଜାରି ହୋଇଛି । ଯଦି ବାଇକରେ ଆପଣ ୪ ବର୍ଷ ବା ତା’ଠାରୁ କମ୍ ବୟସର ପିଲାଙ୍କୁ ବସାଉଛନ୍ତି, ତେବେ ଆପଣ ସାବଧାନ ହୋଇଯାଆନ୍ତୁ । ଏ କ୍ଷେତ୍ରରେ ଆପଣ ଘଣ୍ଟା ପ୍ରତି ୪୦ କିମିରୁ ଅଧିକ ବେଗରେ ଯାଇପାରିବେ ନାହିଁ । ଛୋଟ ପିଲାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତାବ ଦିଆଯାଇଛି ।

ତେବେ ପ୍ରସ୍ତାବରେ କୁହାଯାଇଛି ଯେ, ବାଇକରେ ବସୁଥିବା ପିଲାଙ୍କ ବୟସ ୯ ମାସରୁ ୪ ବର୍ଷ ମଧ୍ୟରେ ହୋଇଥିଲେ ଅନେକ ନିୟମ ମାନିବାକୁ ପଡ଼ିବ । ଆପଣମାନେ ୪୦ କିମିରୁ ଅଧିକ ବେଗରେ ଗାଡ଼ି ଚଳାଇ ପାରିବେ ନାହିଁ । ପିଲାଙ୍କୁ କ୍ରେଶ ହେଲମେଟ ପିନ୍ଧାଇବା ସହିତ ସୁରକ୍ଷା ହର୍ଣ୍ଣସର ବ୍ୟବହାର କରିବା ଉଚିତ । ଗମ୍ଭୀର ଆଘାତ ଲାଗିବା କ୍ଷେତ୍ରରେ ଏହି ସେଫଟି ହର୍ଣ୍ଣସ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ । ବିଶ୍ୱବ୍ୟାଙ୍କ ୨୦୧୮ର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରତ୍ୟେକ ବର୍ଷ ୧.୫ ଲକ୍ଷରୁ ଅଧିକ ମୃତ୍ୟୁ ସଡ଼କ ଦୁର୍ଘଟଣା କାରଣରୁ ଘଟିଥାଏ । ସେହିପରି ୨୦୧୯ରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୩୭ ପ୍ରତିଶତ ଦୁଇଚକିଆ ଯାନ ଚାଳକ ଥିଲେ ଓ ସେମାନଙ୍କ ମଧ୍ୟରୁ ୪୪ ହଜାର ୬୬୬ ଜଣଙ୍କ ମୃତ୍ୟୁ ବିନା ହେଲମେଟ କାରଣରୁ ଘଟିଥିଲା । ତେବେ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବାରୁ ଏଥିପ୍ରତି ସାଧାରଣ ଜନତା ଅଧିକ ସଚେତନ ହେବା ଜରୁରୀ ବୋଲି କୁହାଯାଇଛି ।

Get real time updates directly on you device, subscribe now.