fbpx

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ । ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ଥାନା ହେବ । ଶିଶୁ ଅନୁକୂଳ ଥାନା ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଥାନାମାନଙ୍କରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ରହିବ, ଯେପରିକି ସ୍ୱତନ୍ତ୍ର ଲୋଗୋ, ଫଳକ ଓ ପାଠାଗାର । ଏହା ସହ ପିଲାଙ୍କ ପାଇଁ ବହି ଓ ଖେଳଣାର ମଧ୍ୟ ବ୍ୟବସ୍ଥା କରାଯିବ । ଏଥିରେ ଶିଶୁଙ୍କ ପାଇଁ ଅନୁକୂଳ ପରିବେଶ ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ।

Get real time updates directly on you device, subscribe now.