fbpx

ମୋଦୀଙ୍କ ଉପରେ ଆକ୍ରମଣର ଷଡ଼ଯନ୍ତ୍ର ରଚିଥିଲା PFI : ଟାର୍ଗେଟରେ ଥିଲା ପାଟନା ରାଲି

Advertisement

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଇଣ୍ଡିଆ ବା ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଏକ ବଡ଼ ଖୁଲାସା ହୋଇଛି । ବିହାରର ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିକୁ ଟାର୍ଗେଟ କରି ଯୋଜନା ପ୍ରସ୍ତୁତ କରିଥିଲା ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦାବି କରିଛି । ଏଥିସହିତ ଯାଞ୍ଚ ଏଜେନ୍ସି କହିଛି ଯେ ପିଏଫଆଇ ଆତଙ୍କବାଦୀ ମଡ୍ୟୁଲ ପ୍ରସ୍ତୁତ କରିବା ଏବଂ ଅନ୍ୟ ଆକ୍ରମଣ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, କେରଳରୁ ଗିରଫ ହୋଇଥିବା ପିଏଫଆଇ ସଦସ୍ୟ ଶାଫିକ୍ ପାଏଥଙ୍କ ରିମାଣ୍ଡ ନୋଟରେ ଇଡି ଏହି ସମ୍ବେଦନଶୀଳ ଦାବି କରିଛି । ଏଜେନ୍ସି କହିଛି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଟନା ଗସ୍ତ ଉପରେ ଆକ୍ରମଣ ପାଇଁ ପିଏଫଆଇ ଚଳିତ ବର୍ଷ ଜୁଲାଇ ୧୨ ରେ ଏକ ତାଲିମ ଶିବିର ସ୍ଥାପନ କରିଥିଲା । ଖାସ୍ କଥା ହେଉଛି ଯେ, ୨୦୧୩ ମସିହାରେ ଭାରତୀୟ ମୁଜାହିଦ୍ଦିନ ସହ ଜଡିତ ଆତଙ୍କବାଦୀମାନେ ମଧ୍ୟ ତାଙ୍କ ରାଲିରେ ବିସ୍ଫୋରଣ କରିଥିଲେ ।

ତେବେ ଗୁରୁବାର ଦିନ ଇଡି ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି ସହଯୋଗରେ ଦେଶର ପ୍ରାୟ ୧୩ ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା । ସେହି ସମୟ ମଧ୍ୟରେ ଏନଆଇଏ ଦ୍ୱାରା ୧୦୦ ରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା । ଏହା ସହ ୪ ଜଣଙ୍କୁ ହେପାଜତକୁ ନେଇଥିଲା ଇଡି । ଏଥିରେ ପରଭେଜ ଅହମ୍ମଦ, ମହମ୍ମଦ ଇଲିୟାସ ଏବଂ ଅବଦୁଲ ମୁକୀତଙ୍କ ନାମ ସାମିଲ । ମନି ଲଣ୍ଡରିଂ ଯାଞ୍ଚ ସମୟରେ ଇଡି ସମସ୍ତଙ୍କୁ ପ୍ରଶ୍ନ କରିସାରିଛି ।

Get real time updates directly on you device, subscribe now.