fbpx
BSKY
BJD MC SKY
BJD MS SKY

ପିଜି ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ: ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଖବର ଆସୁଥିବା ବେଳେ ଆଜି ରାଜ୍ୟରେ ଏକ ଆତ୍ମହତ୍ୟା ଖବର ସାମ୍ନାକୁ ଆସିଛି । ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁସାରେ, ଜଗନ୍ନାଥ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ପିଜି ପ୍ରଥମ ବର୍ଷରେ ପାଠ ପଢୁଥିବାର ସୂଚନା ମିଳିଛି । ମୃତକଙ୍କ ଘର ବାଙ୍କି ବୋଲି ହଷ୍ଟେଲ କର୍ମଚାରୀ କହିଛନ୍ତି ।

ଘଟଣାସ୍ଥଳରେ ସି ବିଚ୍ ପୋଲିସ ପହଁଚି ଯୁବତୀଙ୍କ ମୃତ ଦେହ ଉଦ୍ଧାର କରିଛି । ଯେପର୍ଯ୍ୟନ୍ତ ମୃତକଙ୍କ ଘର ଲୋକ ପହଁଚି ନାହାନ୍ତି ସେପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇ ନାହିଁ । ସେପଟେ ମୃତଦେହ ଉଦ୍ଧାର ଉପରେ ପୋଲିସ ତଦନ୍ତ ଜାରୀ ରଖିଛି ।

Get real time updates directly on you device, subscribe now.