fbpx

ସୁଶାନ୍ତ ସିଂଙ୍କ ମୃତ୍ୟୁ ପରର ଫଟୋ ସୋସିଆଲ ମିଡିଆରେ ଭାଇରାଲ!

ବଲିଉଡ ଜଗତର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ଏତେ କମ୍ ବୟସରେ ଆତ୍ମହତ୍ୟାକୁ ବାଛିଥିବା ଅଭିନେତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଏହାକୁ ନେଇ ଲୋକଙ୍କ ମନରେ ସସପେନ୍ସ ବଢୁଥିବା ବେଳେ ସୋସିଆଲ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ସୁଶାନ୍ତଙ୍କ ମୃତ୍ୟୁ ପରର ଫଟୋ ବୋଲି କୁହାଯାଉଛି । ଫଟୋରେ ସୁଶାନ୍ତ ତାଙ୍କ ଘରର ବେଡ ଉପରେ ପଡିଛନ୍ତି ଏବଂ ତାଙ୍କ ବେକରେ କ୍ଷତ ଚିହ୍ନ ସହ ଗଭୀର ଦାଗ ରହିଥିବା ଦେଖିବାକୁ ମିଳିଛି । ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ମଧ୍ୟ ହେବାରେ ଲାଗିଛି ।

 

ତେବେ ବଲିଉଡ ଜଗତର ସଫଳ ଅଭିନେତା ମଧ୍ୟରେ ସାମିଲ ଥିବା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ଆଜି ତାଙ୍କର ମୃତ ଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି । ଏନେଇ ସୁଶାନ୍ତଙ୍କ ଜଣେ ଚାକର ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଅନ୍ୟପଟେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ରାରେ ସ୍ଥିତ ଘରେ ଏକୁଟିଆ ରହୁଥିଲେ । ତାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପଡୋଶୀମାନଙ୍କୁ ପଚରାଉଚରା କରୁଛି । ଜଣାପଡିଛି ଯେ, ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରରେ ଥିଲେ । କିନ୍ତୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବେ ବୋଲି ଜଣାନଥିଲା । ଖବର ପାଇ ତାଙ୍କ ସାଙ୍ଗମାନେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ।

Get real time updates directly on you device, subscribe now.