fbpx

କରୋନା ଭାଇରସ୍: ଫୁଲବାଣୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

ଫୁଲବାଣୀ,୪ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଉଥିବା କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ଫୁଲବାଣୀର କରୋନା ସନ୍ଦିଗ୍ଧ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ଆସିଛି । ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ଛାତ୍ରଙ୍କ ରିପୋର୍ଟ ନେଇ ଡିଏମଓଟି ସି.ବି.କେ. ମହାନ୍ତି ସୂଚନା ଦେଇଛନ୍ତି । ଆଜି ସୁଦ୍ଧା ଯାଇଥିବା ୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କର ରିପୋର୍ଟ ନେଗେଟିଭ୍ ଆସିଛି ।

ତେବେ କରୋନା ଭାଇରସରେ ବର୍ତ୍ତମାନ ସୁଦ୍ଧା ୪୨୫ ଜଣଙ୍କର ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୬୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ହଜାରରୁ ଅଧିକ ଲୋକ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଭାରତର କେରଳରେ ମଧ୍ୟ ତିନିଜଣ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସୂଚନା ମୁତାବିକ ସେମାନେ ଗତ କିଛି ଦିନ ତଳେ ଚୀନରୁ ଫେରିଥିଲେ । ଏହାସହ ଓଡ଼ିଶାର କଟକ ସ୍ଥିତ ଏସସିବିରେ ମେଡ଼ିକାଲରେ ସନ୍ଦିଗ୍ଧ କେତେ ଜଣ କରୋନା ଭାଇରସରେ ଆକ୍ରାନ୍ତ ଥିବା ଭର୍ତ୍ତି ହୋଇଛନ୍ତି ।

Get real time updates directly on you device, subscribe now.