fbpx

ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର

ଲମତାପୁଟ,୧୨ ।୨(ଓଡିଶା ଭାସ୍କର): କୁହୁଡି ଯୋଗୁଁ ପିକଅପ୍ ଭ୍ୟାନ୍ ଓଲଟି ୪ ଗୁରୁତର ହୋଇଛନ୍ତି । ଲମତାପୁଟ ମାଛକୁଣ୍ଡ ଥାନା କାଡାମଖେଳା ନିକଟରେ ଘଟିଛି ଏହି ଦୁର୍ଘଟଣା । ଓଡିଶାରୁ ଶ୍ରମିକଙ୍କୁ ନେଇ ବିଶାଖାପାଟଣା ଯାଉଥିବା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ପିକଅପ୍ ଭ୍ୟାନ୍ । ଏହି ପିକଅପ ଭ୍ୟାନରେ ଯାଉଥିବା ସମସ୍ତ ଶ୍ରମିକଙ୍କ ଘର ବିଶାଖାପାଟଣା ଝାଡପା ଗାଁରେ ହୋଇଥିବା ସୂଚନା ମିଳିଛି । ସେମାନେ ଝାରସୁଗୁଡାର ଏକ କୋଲ ମାଇନସରେ କାମ କରୁଥିଲେ ।

Get real time updates directly on you device, subscribe now.