fbpx

ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ; ୪ ମୃତ, ଅନୂକମ୍ପ ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୟୁରଭଞ୍ଜରୁ ବାରଣାସୀକୁ ଯାଇଥିବା ତୀର୍ଥ ଯାତ୍ରୀ ବସ ଫେରିବା ବାଟରେ ଝାରଖଣ୍ଡ ହଜାରିବାଗରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏବଂ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।

ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ସବୁ ଯାତ୍ରୀ ଯେପରି ଶୀଘ୍ର ନିଜନିଜ ଘରକୁ ଫେରିବେ ସେଥିପାଇଁ ଝାରଖଣ୍ଡ ସରକାର ସହ ସମନ୍ୱୟ ରଖି ବ୍ୟବସ୍ଥା କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ ଓ ମୟୁରଭଞ୍ଜର ଲୋକମାନେ ଅଛନ୍ତି।

ବାରଣାସୀରୁ ଫେରିବା ସମୟରେ ତୀର୍ଥ ଯାତ୍ରୀ ବସଝାଡ଼ଖଣ୍ଡର ହଜାରିବାଗ-କଟକମସାଣ୍ଡି ମୁଖ୍ୟ ରାସ୍ତାରେ କନୌଦା ଘାଟିର ବୁଲାଣିଆ ସ୍ଥାନରେ ବସଟି ଏକ ଟ୍ରକ୍‌ ସହିତ ଧକ୍କା ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ସମୟରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା। ୨୯ ଜଣ ଯାତ୍ରୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

 

Get real time updates directly on you device, subscribe now.