fbpx

ଗ୍ରାହକ ପାଇବେ ୫୦ ଲକ୍ଷର Insurance: IRCTCରେ ଟିକେଟ ବୁକ କଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ପୂଜା ମହୋତ୍ସବ ଉପଲକ୍ଷେ ଯାତ୍ରୀମାନଙ୍କ ପାଇଁ ବଡ ଉପହାର ଆଣିଛି ଆଇଆରସିଟିସି । ଟିକେଟ ବୁକ କରିବା ଦ୍ୱାରା ଆଉ ଏକ ବଡ ଫାଇଦା ଉଠାଇପାରିବେ ଗ୍ରାହକ । ଆଇଆରସିଟିସି ତରଫରୁ ଏହି ଟୁର ପ୍ୟାକେଜ ଲଞ୍ଚ କରାଯାଇଛି । ତେବେ ଆଇଆରସିଟିସି ଦ୍ୱାରା ଫ୍ଲାଇଟ ବୁକ କରିଥିବା ଗ୍ରାହକମାନଙ୍କୁ ଖାସ ଉପହାର ମିଳିପାରିବ । ଏ ନେଇ ଟ୍ୱିଟ କରି ସୂଚନା ଦେଇଛି ଆଇଆରସିଟିସି ।

ଆଇଆରସିଟିସି ଏୟାରରେ ଫ୍ଲାଇଟ ଟିକେଟ ବୁକ କରିବା ଦ୍ୱାରା ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଇନ୍ସୁରାନ୍ସ ଦିଆଯାଉଛି । ଏଥିରେ ବୁକିଂ ହେଉଥିବା ପ୍ରତ୍ୟେକ ଟିକେଟ ଉପରେ ୫୦ ଲକ୍ଷର ଫ୍ରି ଟେବୁଲ ଇନ୍ସୁରାନ୍ସ ଲାଭ ଉଠାଇପାରିବେ ଗ୍ରାହକ । ଏହାସହିତ ବିଶେଷ ଫେୟାରର ଲାଭ ଏବଂ ବିନା କୌଣସି ଅତିରିକ୍ତ ମୂଲ୍ୟରେ ମଲ୍ଟିସିଟି ଟିକେଟ ବୁକ କରିପାରିବେ ଯାତ୍ରୀ । କେବଳ ସେତିକି ନୁହେଁ, ଆହୁରି କିଛି ଫାଇଦା ମଧ୍ୟ ଯାତ୍ରୀଙ୍କୁ ମିଳିପାରିବ ।

ଆଇଆରସିଟିସି ଏୟାରରେ ଟିକେଟ ବୁକ କରିବା ପାଇଁ ଏହାର ୱେବସାଇଟ କିମ୍ବା ଆଇଆରସିଟିସି ଏୟାର ଆପ ବ୍ୟବହାର କରିପାରିବେ । ଏଥିରେ ନିଜ ଆଇଡିରେ ଲଗ୍ ଇନ କରନ୍ତୁ । ନିଜ ଲକ୍ଷ୍ୟସ୍ଥଳର ନାମ ଲେଖି ଏହାକୁ ଏଣ୍ଟର କରନ୍ତୁ । ଏହାପରେ ଅଫର୍ସ ଚେକ କରିବା ପରେ ପେମେଣ୍ଟ ଅପ୍ସନ ସିଲେକ୍ଟ କରନ୍ତୁ । ଏହାପରେ ନିଜ ଫ୍ଲାଇଟ ବୁକ କରନ୍ତୁ । ତେବେ ବୁକିଂ କରିବାରେ କୌଣସି ସମସ୍ୟା ଦେଖାଦେଲେ ହେଲ୍ପଲାଇନ ନମ୍ବର ୧୮୦୦-୧୧୦-୧୩୯କୁ କଲ କରିପାରିବେ ଗ୍ରାହକ ।

Get real time updates directly on you device, subscribe now.