fbpx

ପ୍ଲେନରେ କାହିଁକି ଫ୍ଲାଇଟ ମୋଡରେ ରଖାଯାଏ ମୋବାଇଲ? ଜାଣନ୍ତୁ କ’ଣ ରହିଛି କାରଣ…

ନୂଆଦିଲ୍ଲୀ: ଫ୍ଲାଇଟରେ ଯାତ୍ରା ସମୟରେ ଆଟେଣ୍ଡାଣ୍ଟଙ୍କ ତରଫରୁ ବିଭିନ୍ନ ପ୍ରକାରର ନିର୍ଦ୍ଦେଶ ଶୁଣିବାକୁ ମିଳିଥାଏ । ନିଜ ଜିନିଷ ସୁରକ୍ଷିତ ରଖିବାଠାରୁ ଆରମ୍ଭ କରି ମୋବାଇଲକୁ ଫ୍ଲାଇଟ ମୋଡରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଥାନ୍ତି ଫ୍ଲାଇଟ ଆଟେଣ୍ଡାଣ୍ଟ । ଏହାପରେ ସମସ୍ତ ଯାତ୍ରୀ ନିଜ ମୋବାଇଲରେ ଫ୍ଲାଇଟ ମୋଡ ଆକ୍ଟିଭ କରି ଦେଇଥାନ୍ତି । କିନ୍ତୁ ପ୍ଲେନରେ ଫ୍ଲାଇଟ ମୋବାଇଲକୁ କାହିଁକି ଫ୍ଲାଇଟ ମୋଡରେ ରଖାଯାଏ ଆପଣ ଜାଣିଛନ୍ତି କି? ଯଦି କୌଣସି ବ୍ୟକ୍ତି ନିଜ ମୋବାଇଲକୁ ଫ୍ଲାଇଟ ମୋଡରେ ନ ରଖନ୍ତି, ତେବେ କ’ଣ ହେବ ? ଆସନ୍ତୁ ଜାଣିବା ଏହାର ଉତ୍ତର…

ମୋବାଇଲ ଫୋନରେ ଥିବା ‘ଫ୍ଲାଇଟ ମୋଡ’ ଅନ କରିବା ଦ୍ୱାରା ମୋବଇଲର ନେଟୱାର୍କ ବାହାରକୁ ଚାଲିଯିବା ସହିତ ନମ୍ବର ସ୍ୱିଚ ଅଫ ହୋଇଯାଇଥାଏ । ଫ୍ଲାଇଟ ମୋଡରେ ମୋବାଇଲର ବ୍ୟବହାର କରାଯାଇପାରେ । କିନ୍ତୁ ନେଟୱାର୍କ ସମ୍ପର୍କିତ କୌଣସି କାର୍ଯ୍ୟ କରିପାରିବେନି ଗ୍ରାହକ । ତେବେ କଲ କରିବା କିମ୍ବା ଇଣ୍ଟରନେଟ ବ୍ୟବହାର କରିବା ବ୍ୟତୀତ ଅନ୍ୟ କାମ ସବୁ ମୋବାଇଲରେ କରିପାରିବେ । ସେହିପରି କିଛି ମୋବାଇଲରେ ୱାଇଫାଇ କିମ୍ବା ବ୍ଲୁଟୁଥ ମଧ୍ୟ ଅନ କରାଯାଇପାରିବ ।

ତେବେ ଯଦି କେହି ବ୍ୟକ୍ତି ଫ୍ଲାଇଟ ମୋଡ ଅନ ନ କରନ୍ତି ତେବେ ପରିସ୍ଥିତି ଖୁବ ଗମ୍ଭୀର ହୋଇପାରେ । ମୋବାଇଲ ଫୋନର ସିଗନାଲ ବିମାନର କମ୍ୟୁନିକେସନ ସିଷ୍ଟମ ଉପରେ ପ୍ରଭାବ ପକାଇପାରେ । ଏହାଦ୍ୱାରା ପ୍ଲେନ ଉଡାଉଥିବା ପାଇଲଟଙ୍କ ସହ ସମ୍ପର୍କ କରିବାରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇପାରେ । ଫୋନର ନେଟୱାର୍କ ଅନ ରହିଲେ ପାଇଲଟଙ୍କୁ ଠିକ ଭାବରେ ସୂଚନା ମିଳିପାରିବ ନାହିଁ । ରେଡିଓ ଫ୍ରିକ୍ୱେନ୍ସିରେ ବାଧା ସୃଷ୍ଟି ହେବା ସହ ବିମାନ ଦୁର୍ଗଟଣାଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ । ତେଣୁ ଏହାକୁ ଏଡାଇବା ପାଇଁ ପ୍ଲେନରେ ଯାତ୍ରା ସମୟରେ ମୋବାଇଲରେ ଫ୍ଲାଇଟ ମୋଡ ଆକ୍ଟିଭ କରିବାକୁ କୁହାଯାଏ ।

Get real time updates directly on you device, subscribe now.