fbpx

ବିମାନ ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧ା୯: ଉତ୍ତରପ୍ରଦେଶର ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟରୱା ଖୈରୁଦ୍ଦିନପୁରଠାରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେହି ଦୁର୍ଘଟଣାରେ ବିମାନରେ ଥିବା ପାଇଲଟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଆଜି ଦିନ ୧୧ଟା ୩୦ରେ ଏହି ଦୁର୍ଘଟଣା ଘଟିଛି । ତାଲିମ ବିମାନଟି ତଳେ ପଡ଼ି ଖଣ୍ଡ ବିଖଣ୍ଡିତ ହୋଇଯାଇଛି । ସେହି ବିମାନଟି ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ଉଡ଼ାଣ ଏକାଡ଼େମିର ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ ପାଇଲଟଙ୍କ ପରିଚୟ ଜଣା ପଡ଼ିନାହିଁ ।

Get real time updates directly on you device, subscribe now.