fbpx

ଉଡନ୍ତା ବିମାନରେ ପାଇଲଟ ହେଉଥିଲେ ଅଦଳବଦଳ: ତାପରେ ଘଟିଲା ଏମିତି କିଛି ଘଟଣା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ମଝି ଆକାଶରେ ଏକ ଭିନ୍ନ ଷ୍ଟଣ୍ଟ କରିବା ପାଇଁ ଚେଷ୍ଟା କରୁଥିଲେ ଦୁଇ ଜଣ ପାଇଲଟ । କିନ୍ତୁ ଭାଗ୍ୟ ସାଥ ଦେଲାନି । ଆଉ ଏମିତି କିଛି ଘଟିଗଲା, ଯାହା ନ ଦେଖିଲେ ବିଶ୍ୱାସ କରିବା ବି କଷ୍ଟ । ଏକ ଅଦ୍ଭୁତ ଆଉ ବିପଦଜନକ ଷ୍ଟଣ୍ଟ କରିବା ପାଇଲଟଙ୍କ ଉପରେ ମହଙ୍ଗା ପଡି ଯାଇଛି । ଷ୍ଟଣ୍ଟ ତ ସଫଳ ହୋଇ ପାରିଲାନି, କିନ୍ତୁ ଗୋଟିଏ ପ୍ଲେନ ତଳେ ପଡି କ୍ରାସ ହୋଇଯାଇଛି । ତେବେ ଉଭୟ ପାଇଲଟ ସୁରକ୍ଷିତ ଅବସ୍ଥାରେ ପହଞ୍ଚିଛନ୍ତି ।

ଲ୍ୟୁକ ଏକିନ୍ସ ଏବଂ ଏଣ୍ଡି ଫାରିଙ୍ଗଟନ ନାମକ ଦୁଇ ସ୍କାଏ ଡାଇଭର୍ସ ମଝି ଆକାଶରେ ଏକ ଷ୍ଟଣ୍ଟ କରିବା ପାଇଁ ଉଦ୍ୟମ କରିଥିଲେ । ଉଭୟ ଦୁଇଟି ଅଲଗା ବିମାନରେ ଆକାଶକୁ ଯାଇଥିବା ବେଳେ ଉଡନ୍ତା ବିମାନରେ ନିଜ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଯୋଜନା କରିଥିଲେ ଉଭୟ ପାଇଲଟ । ନିର୍ଦ୍ଦିଷ୍ଟ ଉଚ୍ଚତାରେ ପହଞ୍ଚି ଯୋଜନା ଅନୁସାରେ ଯେତେବେଳେ ଉଭୟ ପରସ୍ପରଙ୍କ ବିମାନକୁ ଯିବା ପାଇଁ ଚେଷ୍ଟା କରିଥିଲେ, ସେତେବେଳେ ଘଟିଥିଲା ଅଘଟଣ । ଫରିଙ୍ଗଟନ ଯେଉଁ ବିମାନକୁ ଯିବାର ପ୍ଲାନ ହୋଇଥିଲା ତାହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଏହା ବହୁତ ଦ୍ରୁତ ଗତିରେ ତଳକୁ ଯିବାକୁ ଲାଗିଲା । ତେଣୁ ପାଇଲଟ ବିମାନରେ ପ୍ରବେଶ କରି ପାରିଲେ ନାହିଁ । ତେବେ ଏକିନ୍ସ ଏହା କରିବାରେ ସଫଳ ହୋଇଛନ୍ତି । ସେପଟେ ତଳକୁ ଫେରିବା ପାଇଁ ଫାରିଙ୍ଗଟନ ପାରାଶୁଟର ସାହାଯ୍ୟ ନେବାକୁ ପଡିଠଶ ।

ତେବେ ଆକାଶରେ ସମସ୍ତ ବୁଝାମଣା ଠିକ ରହିଥିଲା ବୋଲି ସୁସ୍ଥ ଭାବରେ ତଳେ ଲ୍ୟାଣ୍ଡ କରିବା ପରେ ଫାରିଙ୍ଗଟନ କହିଛନ୍ତି । ସବୁକିଛି ଯେ।।ଜନା ମୁତାବକ ହୋଇଥଇଲେ ବି ସଫଳତା ହାସଲ ହୋଇ ପାରିଲା ନାହିଁ । କିନ୍ତୁ ଆମେ ଦୁହେଁ ଏଠି ସୁସ୍ଥ ଅଛୁ ଯାହା ଏକ ସବୁଠୁ ବଡ କଥା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.