fbpx
BSKY
BJD MC SKY
BJD YOUTH SKY

ଏଣିକି ଚନ୍ଦ୍ରରେ ବି ହୋଇ ପାରିବ ଚାଷକାର୍ଯ୍ୟ ?: ପ୍ରଥମ ଥର ଚନ୍ଦ୍ରପୃଷ୍ଠରେ ହେଲା ବୃକ୍ଷରୋପଣ

ଧିରେ ଧିରେ ଅସମ୍ଭବକୁ ସମ୍ଭବ କରୁଛି ବିଜ୍ଞାନ । ଜ୍ଞାନକୌଶଳ ଦ୍ୱାରା ପଥତିବୀ ସହିତ ଅନ୍ୟ ଗ୍ରହରେ ବି ରାଜ କରିବା ପାଇଁ ଚେଷ୍ଟା ଚଳାଉଛି ମାନବ ସମାଜ । ଠିକ ସେହିପରି ଚନ୍ଦ୍ରପୃଷ୍ଠରେ ମଣିଷ ସମାଜ ସୃଷ୍ଟି କରିବା ପାଇଁ ଯୋଜନା କରାଯାଉଛି । ତେବେ କୌଣସି ବି ସ୍ଥାନରେ ସହର ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଆବଶ୍ୟକ ହୋଇଥାଏ ଖାଦ୍ୟ । ତେଣୁ ଚନ୍ଦ୍ରରେ ସହର ସୃଷ୍ଟି ହୋଇ ପାରିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । କିନ୍ତୁ ଏବେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ପ୍ରଥମ ଥର ପାଇଁ ବୃକ୍ଷରୋପଣ କରିବାରେ ସଫଳତା ପାଇଛନ୍ତି ।

बीकर में रखी चांद की मिट्टी में उगाए गए पौधे. (फोटोः टाइलर जोन्स/UF-IFAS)

ଚନ୍ଦ୍ରରେ ପଥୁରିଆ ମାଟି ହୋଇଥିବାରୁ ଏଠାରେ ଫସଲ କରିବା ସମ୍ଭବ ହୋଇ ପାରିବ ନାହିଁ । ବିନା ଫସଲରେ ଚନ୍ଦ୍ରପୃଷ୍ଠରେ ରହିବା ଅସମ୍ଭବ, ତେଣୁ ଦୀର୍ଘ ଦିନରୁ ଏଠାରେ ଫସଲ ତିଆରି କରିବା ପାଇଁ ଟେଷ୍ଟ କରାଯାଉଥିଲା । ଯାହା ଆଜି ସଫଳତା ହାସଲ କରି ପାରିଛି । ୨ଟି ଭାକ୍ୟୁମ ସିଲ୍ଡ ପାତ୍ରରେ ଚନ୍ଦପୃଷ୍ଠର ମାଟି ରକି ଏହା ଉପରେ ଷ୍ଟଡି କରାଯାଉଥିଲା । ପ୍ରଥମେ ଚାନ୍ଦର ଜମିରେ ଫୁଲ ଗଛ ଲଗାଯାଇଛି । ତେବେ ଚନ୍ଦ୍ରପୃଷ୍ଠର ମାଟିରେ ପୃଥିବୀର ପାଣି ପବନ ସହିତ ଏହି ଗଛ ବଢିଥିବା ଦେଖାଯାଇଛି । ପୂର୍ବରୁ ଏହି ଘଟଣା ହୋଇଥିଲେ ମଧ୍ୟ ଏଭଳି ସଫଳତା ମିଳି ପାରିନଥିଲା ବୋଲି କହିଛନ୍ତି ୟୁନିଭର୍ସିଟି ଅଫ ଫ୍ଲୋରିଡାର ପ୍ରଫେସର ଏନା-ଲିସା ପାଲ ।

୧୨ ଗ୍ରାମ ମାଟିରେ ଏହି ସଫଳତା କରି ଦେଖାଇ ପାରିଛନ୍ତି ଏନା ଏିସା ଏବଂ ରବର୍ଟ ଫର୍ଲ । ଦୀର୍ଘ ୧୧ ବର୍ଷର ଚେଷ୍ୟା ପରେ ଏମାନଙ୍କୁ ସଫଳତା ପ୍ରାପ୍ତ ହୋଇଛି । ଅପୋଲୋ-୧୧,୧୨ ଏବଂ ୧୭ ମିଶନରେ ଆସିଥିବା ମାଟି ମିଳିଥିବା ବେଳେ ଏତେ କମ ପରିମାଣର ମାଯିରେ ଏହି ସଫଳତା ଅର୍ଜନ କରିଛନ୍ତି ଦୁଇ ପ୍ରଫେସର ।

Get real time updates directly on you device, subscribe now.