fbpx
BJD SKY
BJD SKY

ଏବେ ଗୃହପାଳିତ ପଶୁମାନଙ୍କର ହେଉଛି ପ୍ଲାଷ୍ଟିକ ସର୍ଜରୀ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

BJD

ନୂଆଦିଲ୍ଲୀ: ଚୀନ ସର୍ବଦା ନିଜ ଅଜବ ଗଜବ ଖାଦ୍ୟ-ପାନୀୟ ପରି ବହୁ ଜିନିଷ ପାଇଁ ଦୁନିଆରେ ଚର୍ଚ୍ଚାରେ ରହିଥାଏ । ବର୍ତ୍ତମାନ ଆଉ ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ । ଏହାର ଆବଶ୍ୟକତା ନ ଥିଲେ ମଧ୍ୟ ଆଜିକାଲି ଚୀନ ନିଜ ଗୃହପାଳିତ ପଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କରାଇବାରେ ବ୍ୟସ୍ତ ରହୁଛି । ଏହା ପଶୁ ପ୍ରେମୀ ଏବଂ ପଶୁ ଚିକିତ୍ସକଙ୍କ ଦ୍ୱାରା କରାଯାଉଛି । ଅନ୍ୟପଟେ ଏହାକୁ ବିରୋଧ କରାଯାଇ ବନ୍ଦ କରିବାକୁ ଦାବି କରାଯାଉଛି । ଏହି ମାମଲାରେ ଏକ୍ସପର୍ଟମାନେ କହିଛନ୍ତି ଯେ, ଏହା ପଶୁମାନଙ୍କ ସହ ଏକ କ୍ରୁରତା ଯାହାକି ତୁରନ୍ତ ବନ୍ଦ କରାଯିବା ଆବଶ୍ୟକ । ଇଣ୍ଟର ନେଟରେ ଭାଇରାଲ ହେଉଥିବା ଏହି ମାମଲା ଜାଣିବା ପରେ ସମସ୍ତେ ପ୍ରଶ୍ନ କରୁଛନ୍ତି ପ୍ରକୃତରେ ଚୀନ ପଶୁମାନଙ୍କୁ ପ୍ଲାଷ୍ଟିକ ସର୍ଜରୀ କାହିିଁକି କରୁଛି ।

ସୂଚନା ମୁତାବକ, ନିଜ ଗୃହପାଳିତ ପଶୁଙ୍କ କାନ ଫେମସ କାର୍ଟୁନ କ୍ୟାରେକ୍ଟର ମିକି ମାଉସ ପରି କରିବା ପାଇଁ ଚୀନରେ ଲୋକ ଏହି ପ୍ଲାଷ୍ଟିକ ସର୍ଜରୀର ସାହାଯ୍ୟ ନେଉଛନ୍ତି । ପଶୁ ଚିକିତ୍ସକମାନଙ୍କ ଅନୁସାରେ, ଏଥିରେ ପଶୁମାନଙ୍କୁ କେବଳ ଶାରୀରିକ ନୁହେଁ ମାନସିକ କ୍ଷେତ୍ରରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ସେପରି ପାଳିତ ପଶୁଙ୍କ ପ୍ଲାଷ୍ଟିକ ସର୍ଜରୀରେ ପଶୁ ଚିକିତ୍ସକ ଏକ୍ସପର୍ଟ ଏହାକୁ ଭୟଙ୍କର ବୋଲି କହି ଖୁବ ଶୀଘ୍ର ବନ୍ଦ କରିବାକୁ ଦାବି କରିଛି । ପାଳିତ ପଶୁମାନଙ୍କ ପ୍ଲାଷ୍ଟିକ ସର୍ଜରୀର ଖୁଲାସା ସେତେବେଳେ ହେଲା ଯେତେବେଳେ ଲୋକମାନଙ୍କ ନଜର ଆନିମଲ କ୍ଲିନିକ ବାହାରେ ଲଗାଯାଇଥିବା ବିଜ୍ଞାପନ ଉପରେ ପଡିଲା କୁହାଯାଉଛି ଯେ, ଏହି ଆନିମଲ କ୍ଲିନିକ ଚୋଙ୍ଗକିଙ୍ଗର ବେଇବେଇ ଜିଲ୍ଲାରେ ଅବସ୍ଥିତ । ଏହି ବିଜ୍ଞାପନ ଖବର ପ୍ରସାରିତ ହେବା ପରେ ପଶୁ ପ୍ରେମୀଙ୍କ ବିରୋଧ ପାଇଁ ଏହି ମାମଲା ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବକ, ଏହିପରି ସର୍ଜରୀ ଦେଶରେ ବ୍ୟାନ ହୋଇଥିଲେ ମଧ୍ୟ ଚୋରାରେ ଖୁବ ଜୋରରେ ପ୍ରସାରିତ ହେଉଛି । କୁହାଯାଉଛି ଯେ, ଆନିମଲ କ୍ଲିନିକ ମାତ୍ର ୪୦ ଡଲାର ଅର୍ଥାତ ୩,୩୦୦ ଟଙ୍କାରୁ ଅଧିକରେ ପେଟସଙ୍କ କଷ୍ଟମେଟିକ ସର୍ଜରୀର ଉତ୍ତମ ଅଫର ଦେଇ ଲୋକଙ୍କ ଧ୍ୟାନ ଆକର୍ଷିତ କରାଯାଉଛି । ଏହି ସର୍ଜରୀ ମାଧ୍ୟମରେ କିଛି ଲୋକ ନିଜ ଗୃହପାଳିତ ପଶୁ ବିଲେଇ ଏବଂ କୁକୁରଙ୍କ କାନକୁ ମିକି ମାଉସ ପରି କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ପ୍ଲାଷ୍ଟିକ ସର୍ଜରୀର ପ୍ରକ୍ରିୟା ପ୍ରାୟତଃ ୨୦ ରୁ ୬୦ ଦିନ ପର୍ଯ୍ୟନ୍ତ ସମୟ ଲାଗିଥାଏ ।

Get real time updates directly on you device, subscribe now.