fbpx

ବସରେ ବାଜି ପାରିବନି ଗୀତ: ନମାନିଲେ ଧକ୍କା ଦେଇ ବିଦା କରିବ କଣ୍ଡକ୍ଟର

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଏଣିକି ବସରେ ଆପଣ ଗୀତ ବଜାଇ ପାରିବେ ନାହିଁ । ଏମିତି ଏକ ଅଜବ ରାୟ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଯଦି କୌଣସି ବ୍ୟକ୍ତି ବସ ମଧ୍ୟରେ ଉଚ୍ଚ ସ୍ୱରରେ ଗୀତ ବଜାଉଛନ୍ତି କିମ୍ବା ଭିଡିଓ ଦେଖୁଛନ୍ତି ସେମାନଙ୍କୁ ବସରୁ ବାହାର କରି ପାରିବେ କଣ୍ଡକ୍ଟର । କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମ ପକ୍ଷରୁ ଚାଲୁଥିବା ସମସ୍ତ ବସରେ ଏହି ନିୟମ କଡାକଡି ଭାବରେ ପାଳନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ଏ ସମ୍ପର୍କିତ ଏକ ଯାଚିକା କର୍ଣ୍ଣାଟକ ହାଇକୋର୍ଟଙ୍କ ନିକଟରେ ଦାଖଲ ହୋଇଥିଲା । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ବସ ମଧ୍ୟରେ ଗୀତ ଓ ଭିଡିଓ ଚଳାଇବା ଉପରେ ରୋକ ଲଗାଯାଇଥିଲା । କୌଣସି ଯାତ୍ରୀ ଯଦି ଗୀତ ବଜାଉଛନ୍ତି ତେବେ ପ୍ରଥମେ ଏହାକୁ ବନ୍ଦ କରିବା ପାଇଁ ଅନୁରୋଧ କରାଯିବ । ମାତ୍ର ଅନୁରୋଧ ପରେ ଗୀତ ବନ୍ଦ ନହେଲେ ଯାତ୍ରୀଙ୍କୁ ଓହ୍ଲାଇ ଦେବା ପାଇଁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.