fbpx

କରୋନା ସଙ୍କଟରେ ପିଲାଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଏହି ଦିଗପ୍ରତି ଧ୍ୟାନ ଦିଅନ୍ତୁ

କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱରେ ଭୟର ବାତାବରଣ ଖେଳିଯାଇଛି। ଭାରତ ସହ ବାକି ସମସ୍ତ ଦେଶ କରୋନା ଭ୍ୟାକସିନକୁ ଚାତକ ଭଳି ଚାହିଁ ରହିଛନ୍ତି। କିନ୍ତୁ ଯେ ପର‌୍ୟ୍ୟନ୍ତ କୋଭିଡ-୧୯ ଭ୍ୟାକସିନ ସମସ୍ତ ଦେଶରେ ଉପଲବ୍ଧ ନ ହୋଇଛି, ସେ ପର୍ଯ୍ୟନ୍ତ କେବଳ ସରକାର ନୁହନ୍ତି, ଘରର ଗୁରୁଜନମାନଙ୍କର ଦାୟିତ୍ୱ ବି ପରିବାରର ସୁରକ୍ଷା ଉପରେ ରହିବ।ଏହି ସୁରକ୍ଷା ଭିତରେ ଘରର ଛୋଟ ପିଲା ମଧ୍ୟ ଆସୁଛନ୍ତି, ଯେଉଁମାନେ ସ୍କୁଲ ଖୋଲିବା ପରେ ନିଜ ନିଜ ସ୍କୁଲ ଯିବେ। ଏମିତି ସ୍ଥିତିରେ ପିଲାମାନଙ୍କୁ ସ୍କୁଲ ପଠାଇବା ପୂର୍ବରୁ ଆପଣଙ୍କୁ ସେମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିବାକୁ ହେବ। ସେମାନଙ୍କୁ କେତେକ ଜରୁରୀ କଥା ଶିଖାଇବାକୁ ଏବଂ ବୁଝାଇବାକୁ ପଡିବ, ଯାହାକି ଏବେ କରୋନା କାଳରେ ଜୀବନର ମୂଲ୍ୟବାନ ଅଂଶ ହୋଇଗଲାଣି। ଆସନ୍ତୁ ଜାଣିବା କ’ଣ ସେ ସବୁ କଥା।

– ପିଲାଙ୍କ ବ୍ୟାଗରେ ସବୁବେଳେ ଏକ୍ସଟ୍ରା ମାସ୍କ ରଖନ୍ତୁ। ପିଲା ଯେତେବେଳେ ଚାହିଁବ ଏହାକୁ ବଦଳାଇ ପାରିବ। କୌଣସି ସାଙ୍ଗ ସହିତ ମାସ୍କ ଅଦଳ ବଦଳ କରିବାକୁ ମନା କରନ୍ତୁ ଏବଂ ସବୁବେଳେ ମାସ୍କ ପିନ୍ଧି ରଖିବାକୁ କୁହନ୍ତୁ।

– ସ୍କୁଲ ଆରମ୍ଭ ହେବା ପୂର୍ବରୁ ପିଲାଙ୍କୁ ସାମାଜିକ ଦୂରତାର ଗୁରୁତ୍ୱ ବୁଝାନ୍ତୁ।

– ସ୍କୁଲରେ ଯେତେବେଳେ ବି କାଶ କିମ୍ବା ଛିଙ୍କ ଆସିବ, ମୁଁହରେ ରୁମାଲ ବ୍ୟବହାର କରିବାକୁ କୁହନ୍ତୁ। ଏହାଦ୍ୱାରା ସଂକ୍ରମଣ ଅନ୍ୟ ପିଲାଙ୍କୁ ଡେଇଁବ ନାହିଁ।

– ପିଲାଙ୍କୁ ବୁଝାନ୍ତୁ କି, କୋଭିଡ-୧୯ ପାଇଁ ସେ ସାଙ୍ଗର ଟିଫିନ ବକ୍ସ କିମ୍ବା ସାଙ୍ଗର ବଳକା ଖାଦ୍ୟ ଖାଇବା ଉଚିତ ନୁହେଁ।

– କମ୍ପ୍ୟୁଟର, କବାଟ ହ୍ୟାଣ୍ଡେଲ, ନଳ ଭଳି ଜିନିଷକୁ ଛୁଇଁବା ପୂର୍ବରୁ ଭଲ ଭାବେ ପିଲାଙ୍କ ହାତ ସଫା କରିଦିଅନ୍ତୁ। ପିଲାମାନଙ୍କୁ ଅତି କମରେ ୨୦ ସେକେଣ୍ଡ ହାତ ଧୋଇବାର ଅଭ୍ୟାସ କରାନ୍ତୁ। ଏହାଛଡ଼ା ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କୁହନ୍ତୁ।

Get real time updates directly on you device, subscribe now.