fbpx

ପୁଲୱାମା ଆକ୍ରମଣ ଭଳି ଚାଲିଥିଲା ଷଡଯନ୍ତ୍ର, ଫେଲ୍ କରିଦେଲେ ଯବାନ

ଜମ୍ମୁ-କାଶ୍ମୀରରେ ଆଜି ପୁଣି ପୁଲୱାମା ଭଳି ଆଉ ଏକ ଆକ୍ରମଣର ଷଡଯନ୍ତ୍ର ରଚିଥିଲେ ଆତଙ୍କବାଦୀ, ଯାହାକୁ ବିଫଳ କରିଛି ଭାରତୀୟ ସେନା । ପୁଲୱାମା ନିକଟସ୍ଥ ଏକ ସାଣ୍ଟ୍ରୋ କାରରେ ବହୁ ପରିମାଣର ବିସ୍ଫୋଟକ ଜବତ ହୋଇଛି । ଏହି କାରରେ ଆଇଡି ମଧ୍ୟ ବ୍ୟବହୃତ ହୋଇଥିଲା । ସନ୍ଦେହଜନକ ଭାବେ ସୁରକ୍ଷାକର୍ମୀଙ୍କୁ ଏହି କାରଟି ମିଳିଥିଲା, ଯାହାର ଯାଞ୍ଚ ପରେ ବହୁ ପରିମାଣର ବିସ୍ଫୋଟକ ଜବତ କରାଯାଇଛି । ବୋମା ନିଷ୍କାସନ ଟିମ୍ ସମୟ ପୂର୍ବରୁ ହିଁ ଏହାକୁ ଡିଫ୍ୟୁଜ୍ କରିଥିଲେ । ଏହି ଘଟଣାର ତଦନ୍ତ କରିବା ସହ ଖୁବଶୀଘ୍ର ସମ୍ପୃକ୍ତ ଅଞ୍ଚଳକୁ ଗସ୍ତ କରିବ ଏନଆଇଏ ।

ତେବେ ବିସ୍ଫୋରଣ ଭର୍ତ୍ତି କାରକୁ ନିଜ ସ୍ଥାନରୁ ଦୂରେଇ ରଖିବା ସମ୍ଭବ ନଥିଲା । ଫଳରେ ନିୟନ୍ତ୍ରିତ ବିସ୍ଫୋରଣ ସହ କାରକୁ ସେହି ସ୍ଥାନରେ ଉଡାଇ ଦିଆଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ ୧୪ ତାରିଖରେ ସିଆରପିଏଫ ଯବାନ ଯାଉଥିବା ଏକ ଗାଡିକୁ ବୋମାରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହି ବିସ୍ଫୋରଣରେ ୪୦ ଯବାନ୍ ସହିଦ ହୋଇଥିଲେ । ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଆଇଡି ପରିପୂର୍ଣ୍ଣ ଏକ କାର ସହ ସେନାର ଏହି ଗାଡିକୁ ଧକ୍କା ଦେଇଥିଲେ ।

Get real time updates directly on you device, subscribe now.