ଆଜିଠୁ ନିଜ ପସନ୍ଦର କଲେଜ ବାଛିବେ ଛାତ୍ରଛାତ୍ରୀ, କିନ୍ତୁ ରହିଥିବା ଜରୁରୀ ଏହି କାରଣ

ଭୁବନେଶ୍ବର: ଆଜିଠୁ ନିଜ ପସନ୍ଦର କଲେଜ ବାଛି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ 2 ପ୍ରଥମ ବର୍ଷର ଶିକ୍ଷାର୍ଥୀମାନେ କଲେଜ ବଦଳି ପାଇଁ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ । ସାମସ ପୋର୍ଟାଲରେ ଏହି ଆବେଦନ କରିପାରିବେ । ଉଚ୍ଚ ମାଧ୍ୟମିକ ସ୍କୁଲର ସାମସ ଜିଲ୍ଲା ନୋଡାଲ ଅଧିକାରୀ 2025 ମସିହା ଜାନୁଆରୀ 2 ତାରିଖ ମଧ୍ୟରେ ଯାଞ୍ଚ କରିବେ । ଏହାପରେ ଜାନୁଆରୀ 3 ତାରିଖରୁ 10 ତାରିଖ ଯାଏଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନ ପ୍ରକ୍ରିୟାର ସମୀକ୍ଷା ହେବ । ଏହାପରେ 4ରୁ 13 ତାରିଖ ମଧ୍ୟରେ ବଦଳି ହୋଇ ପିଲା ଚାହୁଁଥିବା କଲେଜରେ ପାଠ ପଢିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।

ତେବେ କଲେଜ ବଦଳି ନେଇ କେତେକ ଗାଇଡଲାଇନ ମଧ୍ୟ ରହିଛି । ଛାତ୍ରଛାତ୍ରୀ ନିଜ ହିସାବରେ କଲେଜ ବାଛିପାରିବେ । କିନ୍ତୁ ସେମାନେ ଯେଉଁ ଷ୍ଟ୍ରିମ ବାଛିଛନ୍ତି ସେଠାରେ ସିଟ୍ ମଧ୍ୟ ରହିଥିବା ଜରୁରୀ ଅଟେ । ଏହା ପାଇଁ 5 କାରଣ ମଧ୍ୟ ରହିଥିବା ଆବଶ୍ୟକ । ନଚେତ ଇଚ୍ଛା ମୁତାବକ କଲେଜ ବଦଳାଇ ପାରିବେ ନାହିଁ । ମା ବାପାଙ୍କ ବଦଳି କିମ୍ବା ଆବସର, ବାପା ମାଙ୍କର ଯଦି ମୃତ୍ୟୁ ହୋଇଥାଏ, ମହିଳା ଶିକ୍ଷାର୍ଥୀ ବିବାହ କରଥିଲେ ଏବଂ ଶାରୀରିକ ଅସୁସ୍ଥତା ରହିଥିଲେ ମଧ୍ୟ କଲେଜ ବଦଳାଇପାରିବେ ।