ବଢିଲା +୩ ନାମଲେଖା ଆବେଦନ ଅବଧି, ଏହି ତାରିଖ ଯାଏଁ କରିପାରିବେ ଆବେଦନ
କାହିଁକି ବାରମ୍ବାର ବୃଦ୍ଧି ପାଉଛି ଯୁକ୍ତ 3 ଆବେଦନ ଅବଧି ।
ଭୁବନେଶ୍ବର: +୩ ନାମଲେଖା ଆବେଦନ ଅବଧି ପୁଣିଥରେ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀ ଜୁନ୍ ଜୁନ୍ ୪ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ୍ରେ ଅନ୍ଲାଇନ୍ରେ ଆବେଦନ କରିପାରିବେ ।
ଫର୍ମ ସଂଶୋଧନ ପାଇଁ ଅପ୍ସନ- ଛାତ୍ରଛାତ୍ରୀ ଅଭିଭାବକଙ୍କ ଦାବି ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ସିଏଏଫ୍ ଦାଖଲ କରିଥିବା ଛାତ୍ରଛାତ୍ରୀ ସେମାନଙ୍କ ଫର୍ମରେ ଆବଶ୍ୟକ ସଂଶୋଧନ କରିପାରିବେ ।
ଆବେଦନ ଅବଧି ବୃଦ୍ଧି- ଯୁକ୍ତ ୩ ପାଠ୍ୟକ୍ରମରେ ନାମଲେଖା ଆବେଦନ ଅବଧି ତାରିଖ ରବିବାର ଶେଷ ହୋଇଥିଲା । ଜୁନ 1 ଶେଷ ତାରିଖ ରହିଥିଲା । ହେଲେ ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ଏହାକୁ ପୁନଃ ବୃଦ୍ଧି କରାଯାଇଛି ।
ଜୁନ୍ ୧ ତାରିଖ ରାତି ୧୧.୪୫ରେ ଶେଷ ହୋଇଥିବା ଆବେଦନ ଅବଧିକୁ ଜୁନ୍ ୪ ତାରିଖ ରାତି ୧୧. ୪୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯୁକ୍ତ ୩ରେ ନାମଲେଖା ପାଇଁ ରାଜ୍ୟରେ ୨ଲକ୍ଷ ୭୬ହଜାର ୫୬୯ଟି ସିଟ୍ ଉପଲବ୍ଧ ରହିଛି ।
ଖବର ଅନୁସାରେ, ଯେତିକି ସିଟ୍ ରହିଛି ସେହି ଅନୁସାରେ ଆବେଦନ କମ୍ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଚର୍ଚ୍ଚା ହେଉଛି ।