fbpx

ଡିଗ୍ରୀ କଲେଜ ପରିସରରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ, ଉଚ୍ଚଶିକ୍ଷା ଓ ଗଣଣିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଅଲଗା ହୋଇଯିବ ଯୁକ୍ତ ଦୁଇ ଶ୍ରେଣୀ । ଯୁକ୍ତଦୁଇକୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରାଯିବା ସହ ଶିକ୍ଷାଦାନ କରାଯିବ । ଏ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ସମୀକ୍ଷା କରାଯିବ । ଏଥିପାଇଁ ଆସନ୍ତା ୫ ତାରିଖରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ଏ ସଂକ୍ରାନ୍ତରେ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ବିଦ୍ୟାଳୟ ଓ ଗଣଣିକ୍ଷା ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କିଛି ଡିଗ୍ରୀ କଲେଜରେ ଏବେ ବି ଯୁକ୍ତଦୁଇ ଶିକ୍ଷାଦାନ ଚାଲିଥିବାରୁ ଏହାକୁ ଅଲଗା କରାଯିବ । ଏଥିସହ ଯୁକ୍ତଦୁଇ ପାଠ ପଢ଼ାଉଥିବା ଅଧ୍ୟାପକ ଓ ଅଣ ଶିକ୍ଷାଦାନ କର୍ମଚାରୀଙ୍କୁ ମଧ୍ୟ ଅଲଗା କରାଯିବ ।

ଏହି ପ୍ରସଙ୍ଗ ଉପରେ ଆସନ୍ତା ବୈଠକରେ ସମୀକ୍ଷା କରାଯିବ । ବୈଠକରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀମାନେ ଯୋଗଦେବେ । ଦୁଇ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ କିଭଳି ଅଲଗା କରାଯିବ, ସେନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.