fbpx

ପିଏମ କିଷାନର ଆଗାମୀ କିସ୍ତିରେ କିଛି କୃଷକଙ୍କୁ ମିଳିପାରେ ୪ ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି କେନ୍ଦ୍ର ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ଯୋଜନା । କୃଷକଙ୍କୁ ଆର୍ଥିକ ଭାବରେ ମଜବୁତ କରିବା ପାଇଁ ଆରମ୍ଭ କରାଯାଇଥିବା ଏହି ଯୋଜନାର ଲାଭ ଦେଶର ୧୦ କୋଟିରୁ ଅଧିକ କୃଷକଙ୍କୁ ମିଳୁଛି । ଏପର୍ଯ୍ୟନ୍ତ ସରକାର ୨-୨ ହଜାର ଟଙ୍କାର ୧୧ କିସ୍ତି କୃଷକଙ୍କୁ ଦେଇସାରିଛନ୍ତି । ଏବେ ଖୁବଶୀଘ୍ର ୧୨ ତମ କିସ୍ତି ସରକାର ଜାରିକରିବେ ।

ଏକ ରିପୋର୍ଟ ଅନୂଯାୟୀ, ପିଏମ କିସାନ ଯୋଜନା । ୧୨ ତମ କିସ୍ତି ଚଳିତ ମାସ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବରର ଆରମ୍ଭରେ ଆସିପାରେ । ଅବଶ୍ୟ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ୧୧ ତମ କିସ୍ତି ସରକାର ମେ ୩୧ ରେ ଚାଷୀଙ୍କ ଆକାଉଣ୍ଟଙ୍କୁ ପଠାଇଥିଲେ । ସରକାର ଏହି ଯୋଜନା ଅନୂଯାୟୀ ପ୍ରତିବର୍ଷ ତିନିଟି କିସ୍ତିରେ କୃଷକଙ୍କୁ ୬ ହଜାର ଟଙ୍କା ଦେଇଥାନ୍ତି ।

ଏମିତି ଆସିପାରେ ୪ ହଜାର ଟଙ୍କା: ଦେଶରେ ବହୁତ କୃଷକକଙ୍କୁ ୧୧ ତମ କିସ୍ତି ମିଳିନାହିଁ । ଏହାର ଅନେକ କାରଣ ରହିଛି, ତେବେ ଯେଉଁ କୃଷକଙ୍କ ସବୁ ଡକ୍ୟୁମେଣ୍ଟ ଠିକ୍ ଅଛି ଏବେ ତାଙ୍କୁ ୧୨ ତମ କିସ୍ତି ସହ ୧୧ ତମ କିସ୍ତି ମିଳିପାରେ । ଏହିଭଳି ଭାବରେ ତାଙ୍କୁ ୨ ହଜାର ସ୍ଥାନରେ ୪ ହଜାର ଟଙ୍କା ମିଳିପାରେ ।

୧୧ ତମ କିସ୍ତି ନମିଳିବାର ଅନେକ କାରଣ ରହିଛି ଯେମିତିକି ଫର୍ମ ଭରିବାରେ ତ୍ରୁଟି କିମ୍ବା କୌଣସି, ବ୍ୟାଙ୍କ୍ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଭୁଲ୍ ଦେବା, କିମ୍ବା ସରକାରଙ୍କ ତରଫରୁ କରେକ୍ସନ ପେଣ୍ଡିଂ ହୋରହିଯାଇଥିବା ଇତ୍ୟାଦି ହୋଇପାରେ । ତେବେ ଯଦି ଏହି ଭଳି କୃଷକଙ୍କ ସମସ୍ୟା ଠିକ୍ କରିବା ପାଇଁ  pmkisan.gov.in କୁ ସଂଶୋଧନ କରିବାକୁ ହେବ ।

 

Get real time updates directly on you device, subscribe now.