fbpx
BSKY
BJD SHG SKY
BJD YOUTH SKY

ସ୍ୱାମୀଙ୍କ ପ୍ଲାନରେ କମାଇଲେ ୩୧ କେଜି ଓଜନ: ଡାଏଟରେ ସାମିଲ ଥିଲା ଏହି ଜିନିଷ

ବର୍ତ୍ତମାନ ସମୟରେ ଓଜନ ବୃଦ୍ଧି ସମସ୍ୟା ପ୍ରାୟ ଲୋକଙ୍କ ନିକଟରେ ଦେଖିବାକୁ ମିଳୁଛି । ବିଭିନ୍ନ ବୟସର ବ୍ୟକ୍ତି ଏହି ଓଜନ ବୃଦ୍ଧି ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି । କିନ୍ତୁ ଅନେକ ସମୟରେ ମହିଳା ମାନଙ୍କ ପ୍ରେଗନେନ୍ସି ସେମାନଙ୍କ ଓଜନ ବୃଦ୍ଧିର କାରଣ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ ଏହା ଏକ ସାଧାରଣ କଥା । କାରଣ ଗର୍ଭବତୀ ସମୟରେ ମହିଳାମାନଙ୍କୁ ଅନେକ ପ୍ରକାର ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯାଇଥାଏ । କମ୍ ଶାରୀରିକ ପରିଶ୍ରମ ଓ ଅନ୍ୟ କାରଣରୁ ସେମାନଙ୍କ ଓଜନ ବୃଦ୍ଧି ପାଇଥାଏ । ତେବେ ସନ୍ତାନ ଜନ୍ମ ଦେବା ପରେ କିଛି ମହିଳା ସେମାନଙ୍କ ଓଜନକୁ କମ୍ କରିଦେଇଥାନ୍ତି ତ ଆଉ କିଛି ମହିଳା ପିଲାଙ୍କ ଲାଳନ ପାଳନ କାରଣରୁ ନିଜ ଉପରେ ଧ୍ୟାନ ଦେଇ ପାରନ୍ତି ନାହିଁ ।

କିନ୍ତୁ ଓଜନ ହ୍ରାସ କରିବାରେ ଜଣେ ମହିଳା ବିରାଟ ଉଦାହରଣ ପାଲଟିଛନ୍ତି । ତେବେ ମହିଳା ଜଣଙ୍କ କହିଛନ୍ତି ଯେ ପିଲାଟି ଜନ୍ମ ହୋଇସାରିବା ପରେ ତାଙ୍କ ଓଜନ ୮୪ କେଜି ଥିଲା । କିନ୍ତୁ ବର୍ତ୍ତମାନ ସେ ନିଜର ୩୧ କିଲୋ ଓଜନ ହ୍ରାସ କରିଛନ୍ତି । ତେବେ ଏହି ମହିଳା ଜଣକ କିଏ ଓ ସେ କିପରି ତାଙ୍କ ୱେଟ ଲସ କରିଥିଲେ?

ମହିଳା ଜଣକ ହେଉଛନ୍ତି ହରମନ ସିଦ୍ଧୁ । ସେ ଜଣେ କଣ୍ଟେଣ୍ଟ କ୍ରିଏଟର ଭାବରେ କାମ କରନ୍ତି । ତେବେ ହରମନ ସିଦ୍ଧୁ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପୂର୍ବରୁ ବହୁତ ପତଳା ଥିଲେ । କିନ୍ତୁ ଗର୍ଭବତୀ ସମୟରେ ତାଙ୍କ ଓଜନ ପ୍ରତି ମାସ ୪ ରୁ ୫ କେଜି ବଢିବାରେ ଲାଗିଲା । ତେବେ ପିଲା ଜନ୍ମ ହେବା ପରେ ତାଙ୍କର ଓଜନ ୮୩ କେଜି ଥିଲା ।

ହରମନ ସିଦ୍ଧୁ ଆହୁରି ମଧ୍ୟ କହିଥିଲେ, ଯେ ସେ ମେଡିକାଲରୁ ଆସିବା ପରେ ଚିଡିଚିଡା ମଧ୍ୟ ହୋଇଯାଇଥିଲେ । ଯେଉଁ ପିଲାପାଇଁ ସେ ୯ ମାସ ଅପେକ୍ଷା କରିଥିଲେ, ତାର ଜନ୍ମ ହେବାପରେ ସେ ଉଦାସ ଓ ଚିନ୍ତିତ ରହିବାକୁ ଲାଗିଲେ । ଯାହାକୁ ମେଡିକାଲ ସାଇନ୍ସରେ ପୋଷ୍ଟପାର୍ଟମ୍ ଡିପ୍ରେସନ୍ (Postpsrtum Depression) କୁହାଯାଏ । ଏହା ଏକ ମାନସିକ ରୋଗ । ତେବେ ଏହି ରୋଗରୁ ବାହାରିବାକୁ ତାଙ୍କୁ ୩ ମାସ ସମୟ ଲାଗିଥିଲା । ଏହାପରେ ସେ ଆରମ୍ଭ କରିଥିଲେ ତାଙ୍କର ୱେଟ୍ ଲସ ଜର୍ଣ୍ଣି ।

ତେବେ ହରମନ ସିଦ୍ଧୁଙ୍କ ସ୍ୱାମୀ ହେଉଛନ୍ତି ଜଣେ ଫିଟନେସ୍ କୋଚ । ଯିଏକି ତାଙ୍କୁ ୱେଟ ଲସରେ ସାହାଯ୍ୟ କରିଥିଲେ । ହରମନ ସିଦ୍ଧୁ ତାଙ୍କ ସ୍ୱାମୀଙ୍କ ଡାଏଟ୍ ପ୍ଲାନକୁ ଅନୁସାରେ ୩୧ କିଲୋ ଓଜନ କମାଇଛନ୍ତି ।

ଡାଇଟରେ ସାମିଲ ଥିଲା ଏହି ଜିନିଷ:

ସକାଳ: ୧ଗ୍ଲାସ କ୍ଷୀର ଓ ୪ଟି ବାଦାମ ।

ବ୍ରେକ୍ ଫାଷ୍ଟ: ୪ ଏଗ୍ ହ୍ୱାଇଟ୍, ୧ ଅଣ୍ଡା, ୫ଗ୍ରାମ ଲହୁଣି କିମ୍ବା ଘିଅ ।

ସ୍ନାକ୍ସ: ୧ ସ୍କୁପ ହ୍ୱି ପ୍ରୋଟିନ୍ ଓ ୧ ଫଳ ।

ମଧ୍ୟାନ ଖାଦ୍ୟ: ୧୦୦ଗ୍ରାମ ଚିକେନ୍ ବ୍ରେଷ୍ଟ, ୧୦୦ ଗ୍ରାମ ଭାତ, ସିଝା ପରିବା ଏବଂ ଦହି ।

ସନ୍ଧ୍ୟା ସ୍ନାକ୍ସ: ଚାହା ଏବଂ ଫଳ

ରାତି ଖାଦ୍ୟ: ୧୦୦ ଗ୍ରାମ ଚିକେନ୍ ବ୍ରେଷ୍ଟ ଓ ସବୁଜ ପନିପରିବା

ତେବେ ହରମନ ଏହି ସବୁ ଡାଏଟ୍ ଆପଣାଇ ସେ ତାଙ୍କର ୩୧ କିଲୋ ଓଜନ କମାଇଛନ୍ତି । ତେବେ ତାଙ୍କୁ ଏହି ଓଜନ କମାବା ପଇଁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା ।

Get real time updates directly on you device, subscribe now.