ପୁରୀ: ପୁରୀରୁ ପିଏମ୍ ଆବାସ ସର୍ଭେର ଶୁଭାରମ୍ଭ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅର୍ଜୁନସିଂହପୁରକୁ ଯାଇ ୫ଟି ଘରକୁ ତାଲିକାରେ ଯୋଡ଼ିଲେ ମନ୍ତ୍ରୀ ।
ଆବାସ ପ୍ଲସ୍ ମୋବାଇଲ ଆପ୍ ଦ୍ୱାରା କେମିତି ଆବାସ ଯୋଜନାରେ ଯୋଡ଼ି ହେବ ସେ ନେଇ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କଲେ ।
ଯୋଗ୍ୟତାର ମାନ କୋହଳ କରାଯାଇଥିବା କହିଲେ ମନ୍ତ୍ରୀ ।
ରେଫ୍ରିଜିରେଟର, ୨ ଚକିଆ ଯାନ, ଲ୍ୟାଣ୍ଡଲାଇନ୍ ଥିଲେ ପ୍ରତିବନ୍ଧନକ ନାହିଁ । ମାସିକ ୧୫ ହଜାରରୁ କମ୍ ଆୟ ପରିବାର ସାମିଲ ହୋଇପାରିବେ ।
ନିଜ ମୋବାଇଲରେ ଆବାସ ପ୍ଲସ୍ ଆପରେ ଜଣାଇବାକୁ ମନ୍ତ୍ରୀ କଲେ ଅପିଲ୍ ।