fbpx

ପିଏମ ଆବାସକୁ ନେଇ ସରକାର ଆଣିଲେ ନୂଆ ନିୟମ, ନଜାଣିଲେ ମିଳିବନି ଘର

ନୂଆଦିଲ୍ଲୀ: ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖବର । ସରକାର ପିଏମ ଆବାସ ଯୋଜନାର ନିୟମରେ ବଡ଼ ପରିବର୍ତ୍ତନ କରିଛନ୍ତି । ଯଦି ଆପଣ ନୂଆ ନିୟମକୁ ନଜାଣନ୍ତି, ତେବେ ଆପଣଙ୍କୁ ଘର ନମିଳିବାର ସମ୍ଭାବନା ରହିଛି । ଯଦି ଆପଣଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ ହୋଇଛି, ତେବେ ଏଥିରେ ୫ ବର୍ଷ ରହିବା ବାଧ୍ୟତାମୂଳକ , ନଚେତ୍ ଆପଣଙ୍କ ଆବଣ୍ଟନ ବନ୍ଦ ହୋଇଯିବ ।

ତେବେ ସରକାର ୫ ବର୍ଷ ଦେଖିବେ କି ଆପଣ ସେହି ଘରଗୁଡିକ ବ୍ୟବହାର କରୁଛନ୍ତି କି ନାହିଁ । ଯଦି ଆପଣ ଘରେ ରହୁଥିବେ, ତେବେ ଚୁକ୍ତିନାମା ଏକ ଲିଜ୍ କାରବାରରେ ରୂପାନ୍ତରିତ ହେବ । ନଚେତ୍ ବିକାଶ ପ୍ରାଧିକରଣ ଆପଣଙ୍କ ସହିତ କରାଇଥିବା ଚୁକ୍ତିକୁ ଶେଷ କରିଦେବେ । ଏହା ସହିତ ଆପଣଙ୍କ ଦ୍ୱାରା ଜମା ହୋଇଥିବା ଟଙ୍କା ମଧ୍ୟ ଫେରସ୍ତ ହେବ ନାହିଁ । ଏପରି ନିୟମ ଦ୍ୱାରା ଏହି ଯୋଜନାରେ ହେଉଥିବା ଠକାମି ଏବେ ବନ୍ଦ ହୋଇଯିବାର ସମ୍ଭାବନା ରହିଛି ।

ଏହା ବ୍ୟତୀତ ଚୁକ୍ତିନାମା ଅନୁଯାୟୀ ସହରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ନିର୍ମିତ ଫ୍ଲାଟଗୁଡ଼ିକ କଦାପି ଫ୍ରି ହୋଲ୍ଡ ହେବନାହିଁ । ପାଞ୍ଚ ବର୍ଷ ପରେ ମଧ୍ୟ ଲୋକଙ୍କୁ ଲିଜରେ ରହିବାକୁ ପଡିବ । ଏହା ସହ ଯଦି କୌଣସି ହିତାଧିକାରୀଙ୍କ ମୃତ୍ୟୁ ହୁଏ, ତେବେ ପରିବାର ସଦସ୍ୟଙ୍କୁ ଲିଜ୍ ହସ୍ତାନ୍ତର କରାଯିବ ।

Get real time updates directly on you device, subscribe now.