fbpx

Realme GT Neo 2; 5G ସପୋର୍ଟ ସହ ମିଳିବ 64MP କ୍ୟାମେରା

ନୂଆଦିଲ୍ଲୀ: ସ୍ମାର୍ଟଫୋନ କମ୍ପାନୀ Realme ଏହାର ନୂତନ ସ୍ମାର୍ଟଫୋନ Realme GT Neo 2କୁ ଭାରତରେ ଲଞ୍ଚ କରିଛି । ଏହା କମ୍ପାନୀର ପ୍ରିମିୟମ ସେଗମେଣ୍ଟରେ ଲଞ୍ଚ ହୋଇଛି । କମ୍ପାନୀର ଏହି ମଡେଲରେ Qualcomm Snapdragon 870 ଚିପସେଟ ଦେଖିବାକୁ ମିଳିବ । ଯାହା ଗ୍ରାହକଙ୍କୁ ୱାନ ପ୍ଲସ ୯ଆର ୫ଜିରେ ଦେଖିବାକୁ ମିଳେ । Realme GT Neo 2ରେ ପଞ୍ଚ ହୋଲ ଡିସପ୍ଲେ ଦିଆଯାଇଛି । ତେବେ ଜାଣନ୍ତୁ କ’ଣ ରହିଛି ଏହାର ଅନ୍ୟ ଫିଚର୍ସ…

ଜାଣନ୍ତୁ ଏହାର ଫିଚର୍ସ:

Realme GT Neo 2,  5G ନେଟୱର୍କ ସହ ଲଞ୍ଚ ହୋଇଛି  । ଫୋନରେ 6.2 inchର E4 punch hole ଡିସପ୍ଲେ ଦିଆଯାଇଛି । ଯେଉଁଥିରେ Full HD+ Resolution ରହିଛି, 120 Hz ରିଫ୍ରେଶ ରେଟ ଏବଂ 1300 nits ର ପିକ୍ ବ୍ରାଇଟନେସ ରହିଛି । ଫୋନରେ HDR 10+ ସପୋର୍ଟ ମଧ୍ୟ ରହିଛି । ଫୋନରେ ଶକ୍ତିଶାଳୀ Qualcomm Snapdragon 870 SoC ସହ 12GB RAM ଏବଂ 256 GB ଷ୍ଟୋରେଜ ମିଳିବ । Dynamic Ram Extension ମଧ୍ୟ ରହିଛି ଯାହା ସାହାଯ୍ୟରେ RAMକୁ 7GB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଏହି ଫୋନ Android 11 ଏବଂ ରିୟଲମି UI 2.0 ଦ୍ୱାରା ପରିଚାଳିତ ଏଥିରେ ଜିଟି ମୋଡ ୨.୦ ମଧ୍ୟ ରହିଛି ।

ରିୟଲ ମି ଜିଟି ନିଓ ୨ରେ ଟ୍ରିପଲ ରିୟର କ୍ୟାମେରା ଦିଆଯାଇଛି । 64 MP ର ପ୍ରାଇମେରୀ କ୍ୟାମେରା, 8 MPର  ଅଲ୍ଟ୍ରା ୱାଇଡ କ୍ୟାମେରା ଏବଂ 2MP ର ମାକ୍ରୋ କ୍ୟାମେରା ରହିଛି । ଫୋନରେ 5000 mAh ବ୍ୟାଟେରୀ ସହ 63W ର Super Dart ଚାର୍ଜ ସୁବିଧା ରହିଛି । ୦-୧୦୦% ଚାର୍ଜ ହେବାକୁ କେବଳ ୩୬ ମିନିଟ ସମୟ ଲାଗିବା ନେଇ କୁହାଯାଉଛି ।

ରିୟଲ ମି ଜିଟି ନିଓ ୨ ର ଭାରତରେ ପ୍ରାରମ୍ଭିକ ଦାମ 31,999 ଟଙ୍କା ରହିଛି । ଯାହା ଏହାର ବେସ ଭାରିଏଣ୍ଟ 8 GB+ 128 GB ଷ୍ଟୋରେଜ ଭାରିଏଣ୍ଟର ମୂଲ୍ୟ । ସେହିଭଳି 12 GB + 256 GB ଭାରିଏଣ୍ଟର ଦାମ 35,999 ଟଙ୍କା ରହିଛି । ଫ୍ଲିପକାର୍ଟରେ ଫୋନ ଅକ୍ଟୋବର ୧୭ରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହେବ ।

Get real time updates directly on you device, subscribe now.