fbpx

ପ୍ରଧାନମନ୍ତ୍ରୀଙ୍କ ପାଖରେ କଣ ଦାବି ରଖିଲେ ନବୀନ? ଜାଣନ୍ତୁ

ଭୁବନେଶ୍ୱର, ୨୭ା୪(ଓଡ଼ିଶା ଭାସ୍କର): ଆଜି ଭିଡ଼ିଓ କନଫରେନ୍ସ ଜରିଆରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ସେହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି ରଖିଛନ୍ତି । ସେ ଦାବି ରଖି କହିଛନ୍ତି ଯେ ନିଜ ନିଜ ରାଜ୍ୟରେ ଥିବା ଶ୍ରମିକଙ୍କ ସୁରକ୍ଷା ସମ୍ପୃକ୍ତ ରାଜ୍ୟ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ଏନେଇ ହସ୍ତକ୍ଷେପ କରି ପରାମର୍ଶ ଦିଅନ୍ତୁ । ଜାତୀୟ ଏସଓପିକୁ ପାଳନ କରିବାକୁ ମଧ୍ୟ ନବୀନ ଦାବି ରଖିଛନ୍ତି । ଏହାସହ ଫସିରହିଥିବା ଶ୍ରମିକଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉ । ଯାତ୍ରା, ରୋଗୀ ଓ ପେସାଦାରଙ୍କ ସ୍ୱତନ୍ତ୍ର ଧ୍ୟାନ ନେବାକୁ ସେ ଦାବି କରିଛନ୍ତି । ଟେଷ୍ଟିଂ କାପାସିଟି ବଢ଼ାଇବାକୁ ମଧ୍ୟ ନବୀନ କହିଛନ୍ତି ।

Get real time updates directly on you device, subscribe now.