fbpx
BJD SKY
BJD SKY

ମନ୍ କୀ ବାତ୍ ପାଇଁ ଇନ୍‌ପୁଟ୍ ଆମନ୍ତ୍ରଣ କଲେ ପ୍ରଧାନମନ୍ତ୍ରୀ

BJD

୨୦୨୩ ନଭେମ୍ବର ୨୬ରେ ହେବାକୁ ଥିବା ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଗରିକଙ୍କଠାରୁ ଇନ୍‌ପୁଟ୍ ବା ବିଷୟବସ୍ତୁ ଆମନ୍ତ୍ରଣ କରିଛନ୍ତି । ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁସଂଖ୍ୟାରେ ଇନ୍‌ପୁଟ୍ ଆସୁଥିବା ଦେଖି ସେ ଖୁସି ମଧ୍ୟ ବ୍ୟକ୍ତ କରିଛନ୍ତି । ଯେଉଁମାନେ ଏ ପର୍ଯ୍ୟନ୍ତ ମାଇଗଭ୍ ବା ନମୋ ଆପ୍‌ରେ ସେୟାର କରିନାହାନ୍ତି ସେମାନଙ୍କୁ ନିଜ ଇନ୍‌ପୁଟ୍ ସେୟାର କରିବାକୁ ସେ ଅନୁରୋଧ କରିଛନ୍ତି ।

ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: ‘ଆସନ୍ତା ୨୬ ତାରିଖରେ ଚଳିତ ବାସର ମନ୍ କୀ ବାତ୍ ପାଇଁ ବହୁସଂଖ୍ୟକ ଇନ୍‌ପୁଟ୍ ଆସୁଥିବା ଦେଖି ଖୁସି । ସେୟାର ହୋଇଥିବା ପ୍ରେରଣାଦାୟୀ ଜୀବନ ଯାତ୍ରା ହେଉଛି ଏହି ପ୍ରୋଗ୍ରାମର ମୂଳ ବିଷୟ, ଯାହା କି ଅଧ୍ୟାୟଗୁଡ଼ିକୁ ଅଧିକ ସମୃଦ୍ଧ ଏବଂ ଜ୍ଞାନବର୍ଦ୍ଧକ କରିଥାଏ । ଯେଉଁମାନେ ଏ ପର୍ଯ୍ୟନ୍ତ ସେମାନଙ୍କ ଇନ୍‌ପୁଟ୍ ସେୟାର କରିନାହାନ୍ତି ସେମାନେ ମାଇଗଭ୍ କିମ୍ବା ନମୋ ଆପ୍‌ରେ ତାହା କରିପାରିବେ ।’

Get real time updates directly on you device, subscribe now.