fbpx
BJD SKY
BJD SKY

କେଉଁ ଚାଷୀମାନଙ୍କୁ ମିଳିବ ପିଏମ କିଷାନର ୧୪ତମ କିସ୍ତି: ଏଠାରେ ଚେକ୍ କରନ୍ତୁ ନିଜର ନାଁ

BJD

ନୂଆଦିଲ୍ଲୀ: କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା । ଏଥିରୁ କୃଷକମାନେ ବହୁତ ଲାଭବାନ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ୧୩ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ଆସିଛି । ବର୍ତ୍ତମାନ କୃଷକମାନେ ୧୪ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ସହିତ ପ୍ରାୟ ୯ କୋଟି କୃଷକ ଜଡିତ ଅଛନ୍ତି । ଏହି ଯୋଜନା ଅଧୀନରେ କୃଷକମାନେ ପ୍ରତିବର୍ଷ ୨-୨ ହଜାର ଟଙ୍କା ପାଆନ୍ତି ।

ସରକାର ଏହି ଯୋଜନାର ହିତାଧିକାରୀମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦିଅନ୍ତି । ଏହା ବ୍ୟତୀତ ଏହି ଯୋଜନାରେ ପଞ୍ଜୀକୃତ କୃଷକମାନଙ୍କ ପାଇଁ ସରକାର କିଷାନ କ୍ରେଡିଟ କାର୍ଡ ଆବଶ୍ୟକ କରୁଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଆର୍ଥିକ ସଶକ୍ତିକରଣ କରିବା । ୧୩ ତମ କିସ୍ତି ୨୭ ଫେବୃଆରୀରେ କୃଷକଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ପରବର୍ତ୍ତୀ କିସ୍ତି ଆପଣ ପାଇବେ କି ନାହିଁ, ଆସନ୍ତୁ ଜାଣିବା ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.