fbpx
BSKY SKY
BSKY SKY

Relationship Tips : ଏହି ଗୁଣଗୁଡ଼ିକ ପତ୍ନୀ ଠାରେ ରହିବା ନିହାତି ଆବଶ୍ୟକ, ସମ୍ପର୍କରେ କେବେ ବି ଆସିବନି ମତଭେଦ

BSKY

ନୂଆଦିଲ୍ଲୀ : ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର । କିନ୍ତୁ ବେଳେବେଳେ ମତଭେଦ ହେତୁ ସମ୍ପର୍କ ଦୁର୍ବଳ ହୋଇଯାଏ । ଏପରି ପରିସ୍ଥିତିରେ ଯଦି ପତ୍ନୀ ଭିତରେ ଏହପରି କିଛି ଗୁଣ ଥାଏ ତେବେ ଯେକୌଣସି ପ୍ରକାରେ ସମ୍ପର୍କକୁ ମଜବୁତ କରିପାରିବେ । ଯଦି ତୁମେ ବିବାହ କରିବାକୁ ଯାଉଛ ବା ବିବାହ କରି ସାରିଛ ତେବେ ତୁମେ ନିଶ୍ଚିତ ଭାବରେ ଏସବୁ ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ଏହି ଅଭ୍ୟାସଗୁଡ଼ିକ ତୁମର ସମ୍ପର୍କକୁ ମଜବୁତ କରିଥାଏ । ଆମେ ଆପଣଙ୍କୁ ଏଠାରେ କହିବୁ ଯେ ପତ୍ନୀଙ୍କ କେଉଁ ଗୁଣ ସମ୍ପର୍କକୁ ମଜବୁତ କରେ?

ପତ୍ନୀଙ୍କର ଏହି ଗୁଣଗୁଡ଼ିକ ରହିବା ଆବଶ୍ୟକ-

ଶୁଣିବାର ଅଭ୍ୟାସ

ପ୍ରାୟତଃ ଆପଣ ନିଶ୍ଚୟ ଶୁଣିଥିବେ ଯେ ମହିଳାଙ୍କ ପେଟରେ କିଛି ଲୁଚି ରୁହେ ନାହିଁ । ଏହା ଏକ ବାସ୍ତବତା । କିନ୍ତୁ ଜଣେ ମହିଳା ଠାରେ ଶୁଣିବାର ଅଭ୍ୟାସ ରହିବା ନିହାତି ଆବଶ୍ୟକ । କାରଣ ଯଦି ସେ ତାଙ୍କ ସ୍ୱାମୀଙ୍କ କଥା ଶୁଣନ୍ତି, ତେବେ କୌଣସି ଝଗଡା ହେବ ନାହିଁ । ପରସ୍ପରର କଥାକ୍‌ୁ ଶୁଣୁଥିବା ଦମ୍ପତିମାନେ କଦାପି ଝଗଡା କରନ୍ତି ନାହିଁ ।

ସଚ୍ଚୋଟ ହୁଅ

ସମ୍ପର୍କରେ ଏପଂ ପରସ୍ପର ପ୍ରତି ସଚ୍ଚୋଟ ହେବା ଅତ୍ୟନ୍ତ ଜରୁରୀ । ଏହାର କାରଣ ଯଦି ପତ୍ନୀ ନିଜ ସ୍ୱାମୀଙ୍କ ସହ ସଚ୍ଚୋଟ, ତେବେ ସମ୍ପର୍କ ଉପରେ ପ୍ରେମ ଏବଂ ବିଶ୍ୱାସ ବଜାୟ ରହିଥାଏ । କାରଣ ଏକ ଛୋଟ ମିଛ ତୁମର ସମ୍ପର୍କକୁ ଭାଙ୍ଗି ଦେଇପାରେ । ସେଥିପାଇଁ ପତ୍ନୀଙ୍କ ସ୍ୱାମୀ ସହିତ ସଚ୍ଚୋଟ ହେବା ମଧ୍ୟ କର୍ତ୍ତବ୍ୟ ।

ନଜ ଭୁଲ ସ୍ୱୀକାର କର

ଅଧିକାଂଶ ମହିଳାଙ୍କର ଏପରି ଅଭ୍ୟାସ ଅଛି ଯେ ସେମାନେ ସେମାନଙ୍କର ଭୁଲକୁ ଗ୍ରହଣ କରନ୍ତି ନାହିଁ, ସେମାନେ ନିଜ ଭୁଲକୁ ନିଜ ସାଥୀଙ୍କ ଉପରେ ଦାୟୀ କରନ୍ତି । ଏହା ଦ୍ୱାରା ସମ୍ପର୍କ ଦୁର୍ବଳ ହେବାକୁ ଲାଗେ । ସେଥିପାଇଁ ନିଶ୍ଚିତ ଭାବରେ ତୁମର ଭୁଲକୁ ଗ୍ରହଣ କର ଏବଂ ତାହାକୁ ସୁଧାରିବାକୁ ଚେଷ୍ଟା କର । ଏହା କରିବା ଦ୍ୱାରା ସମ୍ପର୍କ ମଜବୁତ ହୁଏ ।

ମିଛ କୁହ ନାହିଁ

ମିଛ କୌଣସି ସମ୍ପର୍କକୁ ନଷ୍ଟ କରିପାରେ । ମିଛି ତୁମର ଦାମ୍ପତ୍ୟ ଜୀବନର ମୂଳଦୁଆକୁ ହଲାଇ ଦେଇପାରେ । ସେଥିପାଇଁ ପତ୍ନୀ ନିଜ ସ୍ୱାମୀଙ୍କୁ କେବେ ମିଛ କହିବା ଉଚିତ୍ ନୁହେଁ ।

Get real time updates directly on you device, subscribe now.