fbpx

SSC CGL 2023ର ବିଜ୍ଞପ୍ତି ଜାରି: ୭୫୦୦ ପଦବୀ ପାଇଁ ଆବେଦନ ଆରମ୍ଭ, ମେ’ ୩ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ

ନୂଆଦିଲ୍ଲୀ: ଷ୍ଟାଫ୍ ସିଲେକ୍ସନ୍ କମିଶନ ମିଳିତ ସ୍ନାତକ ସ୍ତର ପରୀକ୍ଷା ଯଥା ସିଜିଏଲ ୨୦୨୩ ର ବିଜ୍ଞପ୍ତି ଜାରି କରିଛି । ଯେଉଁ ପ୍ରାର୍ଥୀମାନେ ଏସଏସସି ସିଜିଏଲ ଅଧୀନରେ ପ୍ରକାଶିତ ବମ୍ପର ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଏସଏସସିର ୱେବସାଇଟକୁ ଯାଇ ଆବେଦନ କରିପାରିବେ । କାରଣ ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ଆବେଦନ କରିବାକୁ ଏସଏସସିର ଅଫିସିଆଲ୍ ୱେବସାଇଟର ଠିକଣା ହେଉଛି – ssc.nic.in. । ଏଠାରେ ଆପଣଙ୍କୁ ପଦବୀ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିଯିବ ।

ତାରିଖ :-
ଏସଏସସି ସିଜିଏଲ ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୩ ମେ ୨୦୨୩ । ଆବେଦନରେ ସଂଶୋଧନ ପାଇଁ କରେକ୍ସନ୍ ୱିଣ୍ଡୋ ୭ ମେରେ ଖୋଲିବ ଏବଂ ଏହି ସୁବିଧା ଦୁଇ ଦିନ ଅର୍ଥାତ୍ ୭ ଏବଂ ୮ ମେ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ୭୫୦୦ ପଦବୀ ପୂରଣ ହେବ । ଅବଶ୍ୟ ଏହି ସଂଖ୍ୟା ସଙ୍କେତିକ ଯେଉଁଥିରେ ପରିବର୍ତ୍ତନ ସମ୍ଭବ ।

ଏହି ତାରିଖରେ ହେବ ପରୀକ୍ଷା :-

ଏସଏସସି ସିଜିଏଲ ଟିୟର ୱାନ୍ ସିବିଟି ପରୀକ୍ଷାର ଆୟୋଜନ ଜୁଲାଇ ୧୪ ରୁ ୨୭ ଜୁଲାଇ ୨୦୨୩ ପର୍ଯ୍ୟନ୍ତ କରାଯିବ । ପରୀକ୍ଷା କ୍ୟାଲେଣ୍ଡରରେ ଏହି ସୂଚନା ଦିଆଯାଇଛି, ଯେଉଁଥିରେ ଏହା ମଧ୍ୟ କୁହାଯାଇଛି ଯେ ତାରିଖଗୁଡ଼ିକରେ ପରିବର୍ତ୍ତନ ହୋଇପାରେ । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର ତାରିଖ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଯୋଗ୍ୟତା :-

ଏହି ପଦବୀଗୁଡିକ ପାଇଁ ଯୋଗ୍ୟତା ପୋଷ୍ଟ ଅନୁଯାୟୀ ରହିଛି । କହିବାକୁ ଗଲେ ଯେକୌଣସି ଷ୍ଟ୍ରିମରୁ ସ୍ନାତକୋତ୍ତର ପ୍ରାର୍ଥୀମାନେ ଏଥିରେଆବେଦନ କରିପାରିବେ । ପୋଷ୍ଟ ହିସାବରେ ଯୋଗ୍ୟତାର ନୋଟିସ ଦିଆଯାଇଛି । ବୟସ ସୀମା ବିଷୟରେ କହିବାକୁ ଗଲେ ଏହା ମଧ୍ୟ ପୋଷ୍ଟ ଅନୁଯାୟୀ ରହିଛି । କିନ୍ତୁ ଏହାର ପରିସର ପ୍ରାୟ ୧୮-୨୭, ୧୮-୩୦, ୧୮-୩୨ ଏବଂ ୨୦-୩୦ ରହିଛି ।

ଆବେଦନ ଶୁଳ୍କ :-

ଏହି ପରୀକ୍ଷା ପାଇଁ ଆବେଦନ କରିବାକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଫି ଦେବାକୁ ପଡିବ । ମହିଳା ପ୍ରାର୍ଥୀ, ଏସସି, ଏସଟି, ପିଡବ୍ଲ୍ୟୁଡି ଏବଂ ଇଏସଏମ୍ ପ୍ରାର୍ଥୀଙ୍କୁ ଏହି ଦେୟ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.