fbpx
BSKY
BJD MS SKY
BJD YOUTH SKY

ନାକରୁ ଚୁଟି ଉପାଡିବା ପୂର୍ବରୁ ହୋଇଯାଅ ସାବଧାନ୍: ଏପରି ରହିଛି ସାଇଡ୍ ଇଫେକ୍ଟ

ନାକ ଓ କାନରେ ବଢ଼ୁଥିବା ଅବାଞ୍ଛିତ କେଶ ଖରାପ ଦେଖାଯିବା ସହ ବ୍ୟକ୍ତିର ସୁନ୍ଦରତାକୁ କମ୍ କରିଥାଏ । ନିଜର ସେହି ଅବାଞ୍ଛିତ କେଶରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ପ୍ଲକର୍ ଏବଂ କିଛି ଭ୍ୟାକ୍ସିଂର ସାହାରା ନିଅନ୍ତି ।

କିନ୍ତୁ ଆପଣ ଜାଣନ୍ତି କି, ଏପରି କରିବା ଦ୍ୱାରା ଆପଣ ନିଜେ ଜାଣିଶୁଣି ଆପଣଙ୍କ ସ୍ୱାସ୍ଥ୍ୟର ଶତ୍ରୁ ହୋଇଯାଆନ୍ତି । ନାକର ଚୁଟିକୁ ଉପାଡ଼ିବା କାହିଁକି ଉଚିତ୍ ନୂହେଁ, ଆସନ୍ତୁ ଜାଣିବା…

ନାକ ଛୁଟି ଉପାଡିବାର ଅସୁବିଧା

ଆଲର୍ଜିର କାରଣ :-
ନାକର କେଶ ବ୍ୟାକ୍ଟେରିଆ, ଧୂଳି ଏବଂ ମଇଳା ଶରୀରକୁ ପ୍ରବେଶ କରିବାରେ ରୋକିଥାଏ । ନାକର ଚୁଟି କାଟିବା ଦ୍ୱାରା ଏହି ଧୂଳି ଓ ମାଟି ନିଶ୍ୱାସ ନେବା ସହିତ ଶରୀରରେ ପ୍ରବେଶ କରିଥାଏ ଏବଂ ଆଲର୍ଜି ଯୋଗୁଁ ଆପଣଙ୍କୁ ଅସୁସ୍ଥ କରିପାରେ ।

ଯନ୍ତ୍ରଣା ଏବଂ ଜଳିବାର କାରଣ :-
ନାକର ଚୁଟିକୁ ଟାଣିବା ସମୟରେ ଅନେକଥର ତାହା ଅଧାରୁ ଛିଡିଯାଇ ଯନ୍ତ୍ରଣା ଓ ଜ୍ୱଳନର କାରଣ ସାଜିଥାଏ ।

ନାକ ସଂକ୍ରମଣର ବିପଦ:-
ନାକର ଛୁଟି ଛପାଡିବା ବା ଭ୍ୟାକ୍ସିଂ କରିବା ଦ୍ୱାରା ନାକ ସଂକ୍ରମଣ ହେବାର ଆଶଙ୍କା ବଢ଼ିପାରେ । ନାକର ଚୁଟି କାଟିବାରୁ ଫୋଲିକଲଗୁଡ଼ିକ ଖୋଲା ହୋଇଯାଏ ଏବଂ ଜୀବାଣୁ, ମଇଳା ଏବଂ ଧୂଳି କଣିକା ଗର୍ତ୍ତରେ ଜମା ହେବା ଆରମ୍ଭ କରେ । ଯେଉଁ କାରଣରୁ ନାକରେ ସଂକ୍ରମଣ ହେବାର ଆଶଙ୍କା ବଢ଼ିଥାଏ ।

ଆଜମା :-

ନାକର ଚୁଟି ଉପାଡିବା ଦ୍ୱାରା ଆପଣଙ୍କ ଫୁସଫୁସରେ ଧୂଳି ଏବଂ ମୃତ୍ତିକା କଣିକା ସହଜରେ ପ୍ରବେଶ କରି ଆଜମା ହେବାର ଆଶଙ୍କାକୁ ବଢ଼ାଇପାରେ ।

Get real time updates directly on you device, subscribe now.