fbpx
BSKY
BJD MC SKY
BJD YOUTH SKY

ଗ୍ରାମୀ ଆୱାର୍ଡ ଦୌଡରେ ହାରିଗଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗୀତ, ଜିତିଲା ଜାକିର ହୁସେନଙ୍କ ‘ପସ୍ତୋ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତ ‘ଆବଣ୍ଡାନ୍ସ ଇନ୍ ମିଲେଟସ୍‌’ ଗ୍ରାମୀ ଆୱାର୍ଡସ୍ ୨୦୨୪ ରେସ୍‌ରେ ହାରିଯାଇଛି । ଯେଉଁ ଶ୍ରେଣୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୀତ ନୋମିନେଟ୍ ହୋଇଥିଲା ତାହାକୁ ଭାରତର ସୁନାମଧନ୍ୟ ତବଲାବାଦକ ବାଜି ମାରି ନେଇଛନ୍ତି । ଏହା ବ୍ୟତିତ ସଙ୍ଗୀତକାର ଶଙ୍କର ମହାଦେବନ ଓ ଜାକିର ହୁସେନଙ୍କ ଫ୍ୟୁଜନ ବ୍ୟାଣ୍ଡ ‘ଶକ୍ତି’ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍ ଆଲବମ୍‌ର ଗ୍ରାମୀ ଆୱାର୍ଡ ନିଜ ନାମରେ କରିଛନ୍ତି । ଏହି ଆଲବମ୍‌କୁ ପ୍ରସ୍ତୁତ କରିବାରେ ମ୍ୟୁଜିକ୍ ଗ୍ରୁପ୍ ସଂସ୍ଥାପକ ସଦସ୍ୟ ଗିଟାର ବାଦକ ଜନ୍ ମ୍ୟାକଲାଙ୍ଘଲିନଙ୍କ ସହିତ ଜାକୀର ହୁସେନ, ଶଙ୍କର ମହାଦେବନ, ଭାଓଲିନ ବାଦକ ଗଣେଶ ରାଜଗୋପାଳନ ପ୍ରମୁଖ ସାମିଲ ରହିଛନ୍ତି ।

ଜାକୀର ହୁସେନ୍ ପସ୍ତୋ ଲାଗି ବେଷ୍ଟ ଗ୍ଲୋବାଲ ମ୍ୟୁଜିକ ପରଫର୍ମାନ୍ସ ଓ ଆମେରିକା ବେଞ୍ଜୋ ବାଦକ ଭେଲା ପ୍ଲେକ୍ ଓ ଆମେରିକା ବାସ୍ ବାଦକଙ୍କ ସହିତ ‘ଏଜ୍ ୱି ସ୍ପିକ୍‌’ ଲାଗି ବେଷ୍ଟ କଣ୍ଟେମ୍ପରାରୀ ଇନଷ୍ଟ୍ରୁମେଣ୍ଟାଲ ଆଲବମ୍ ଲାଗି ଗ୍ରାମୀ ଆୱାର୍ଡ ଜିତିଛନ୍ତି । ଏହି ଆଲବମ୍‌ରେ ମହାନ୍ ବଂଶୀ ବାଦକ ହରିପ୍ରସାଦ ଚୌରାସିଆଙ୍କ ଭଣଜା ଓ ଭାରତୀୟ ବଂଶୀ ବାଦକ ରାକେଶ ଚୌରାସିଆ ମଧ୍ୟ ଅଛନ୍ତି ।

ତେବେ ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍ ପରଫର୍ମାନ୍ସ କାଟାଗୋରୀରେ ୮ ନୋମିନେସନ ଥିଲା ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୀତ ‘ଆବଣ୍ଡାନ୍ସ ଇନ୍ ମିଲେଟସ୍‌’ ବି ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଭାରତୀୟ ଆମେରିକୀୟ ଗାୟକ ଫାଲୁଙ୍କ ସହିତ ମିଶି ମାଣ୍ଡିଆରୁ ମିଳୁଥିବା ଲାଭ ଉପରେ ଏହତ ଗୀତ ଲେଖିଥିଲେ ଯାହା ୨୦୨୪ ଲାଗି ବେଷ୍ଟ ଗ୍ଲୋବାଲ ମ୍ୟୁଜିକ କାଟାଗୋରୀରେ ନୋମିନେଟ୍ ହୋଇଥିଲା । କିନ୍ତୁ ଏହି କାଟାଗୋରୀରେ ଆୱାର୍ଡ ଜାକୀର ହୁସେନ ହିଁ ଜିତି ଯାଇଛନ୍ତି ।

Get real time updates directly on you device, subscribe now.