fbpx

IND vs ENG: ଇଂଲଣ୍ଡକୁ ବଡ଼ ଝଟକା ଦେଲା ଇଣ୍ଡିଆ, ୧୧ରନ୍‌ରେ ଆଉଟ୍ ହେଲେ ବେନ୍ ଷ୍ଟୋକ୍ସ

ବିଶାଖାପାଟଣା: ଟିମ୍ ଇଣ୍ଡିଆକୁ ମିଳିଛି ବଡ଼ ସଫଳତା । ବେନ୍ ଷ୍ଟୋକ୍ସ ୨୯ ବଲ୍ ରେ ୧୧ ରନ୍ କରିଥିଲେ। ଶ୍ରେୟସ ଆୟର ତାଙ୍କୁ ରନ୍ ଆଉଟ୍ କରିଥିଲେ। ଇଂଲଣ୍ଡ ୫୨.୪ ଓଭରରେ ୭ ୱିକେଟ୍ ହରାଇ ୨୨୦ ରନ୍ କରିଛି। ଦଳକୁ ବିଜୟ ପାଇଁ ୧୭୯ ରନ୍ ଦରକାର। ସେହିପରି ଭାରତକୁ ଜିତିବାକୁ ହେଲେ ଆଉ ୩ଟି ୱିକେଟ୍ ନେବାକୁ ପଡ଼ିବ।

ବିଶାଖାପାଟଣାରେ ଚାଲିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ହରାଇ ୨୨୦ ରନ୍ କରିଛି। ଇଂଲଣ୍ଡକୁ ଜିତିବା ପାଇଁ ୧୭୯ ରନ୍ କରିବାକୁ ଥିବା ବେଳେ ୪ ୱିକେଟ୍ ରହିଛି। ଚତୁର୍ଥ ଦିନରେ ଇଂଲଣ୍ଡ ୬୭/୧ ସ୍କୋର ପରେ ଖେଳିବା ଆରମ୍ଭ କରିଥିବା ବେଳେ ଜାକ୍ କ୍ରାଉଲି ଓ ରେହାନ ଅହମ୍ମଦ କ୍ରିଜ୍ ରେ ଥିଲେ। ଅକ୍ଷର ପଟେଲ ଏହି ଯୋଡ଼ିକୁ ଭାଙ୍ଗି ଦେଇଥିଲେ ଏବଂ ସେ ରେହାନ ଅହମ୍ମଦଙ୍କୁ ଏଲବିଡବ୍ଲୁ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଇନିଂସରେ ଆର ଅଶ୍ୱିନ ୩ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

Get real time updates directly on you device, subscribe now.