fbpx
BJD SKY
BJD SKY

ହେମନ୍ତ କହିଲେ ରାଜନୀତିରୁ ସନ୍ନ୍ୟାସ ନେବି ..! ଫ୍ଲୋର ଟେଷ୍ଟ ସମୟରେ କାହିଁକି ଏପରି କହିଲେ

BJD

ରାଞ୍ଚି: ଝାରଖଣ୍ଡରେ ଚମ୍ପେଇ ସୋରେନ ନେତୃତ୍ୱରେ ଗଠିତ ସରକାରକୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାର ଅଛି । ଫ୍ଲୋର ଟେଷ୍ଟ ସମୟରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଉପସ୍ଥିତ ଅଛନ୍ତି । ବହୁମତ ପରୀକ୍ଷଣ ପୂର୍ବରୁ ହେମନ୍ତ କହିଛନ୍ତି ଝାରଖଣ୍ଡରେ ଯାହା ହେଲା ସେଥିରେ ରାଜଭବନ ବି ସାମିଲ ରହିଛି । ସେ କହିଛନ୍ତି ମୁଁ ଆଦିବାସୀ ଅଟେ । ମୋତେ ନିୟମ କାନୁନ ଠିକ୍ ଭାବରେ ଜଣାନାହିଁ । ୩୧ ଜାନୁୟାରୀରେ ଯାହା ହେଲା ତାହାର କାହାଣୀ ୨୦୨୨ରୁ ଲେଖା ଚାଲିଥିଲା । ସେ କହିଛନ୍ତି ମୁଁ ଆଦିବାସୀ ହୋଇଥିବାରୁ ମୋତେ ଟାର୍ଗେଟ୍ କରାଯାଉଛି । ପ୍ରଥମ ଥର ପାଇଁ ଦେଶର ମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି । ମୁଁ କିନ୍ତୁ ହାର ମାନିବି ନାହିଁ । ଆଦିବାସୀ ଦଳିତଙ୍କ ପ୍ରତି ଘୃଣାଭାବ ସୃଷ୍ଟି କରାଯାଉଛି । ଆମକୁ ଜଙ୍ଗଲ ଚାଲିଯିବାକୁ କୁହାଯାଉଛି ।

ହେମନ୍ତ ସୋରେନ କହିଛନ୍ତି ମୁଁ ହାର ମାନିବି ନାହିଁ । ଯଦି ମୋ ନାମରେ ଜମି ଦୁର୍ନିତୀ ପ୍ରମାଣିତ ହେବ ତେବେ ମୁଁ ରାଜନୀତି ଛାଡିଦେବି । ମୋତେ ଜେଲ୍‌ରେ ବନ୍ଦୀ କରି ସେମାନେ ନିଜ ଯୋଜନାରେ ସଫଳ ହୋଇପାରିବେ ନାହିଁ । ଇଡି, ସିବିଆଇ, ଇନକମ୍ ଟ୍ୟାକ୍ସ ପରି ଦେଶର ସମ୍ବେଦନଶୀଳ ବ୍ୟବସ୍ଥା ଆଜି କାହାର ହାତବାରିସୀ ସାଜିଛନ୍ତି । ଦେଶରୁ ୧୨ ଲକ୍ଷ କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ବ୍ୟକ୍ତିର ଏମାନେ କିଛି କରିପାରିଲେ ନାହିଁ ।

Get real time updates directly on you device, subscribe now.