fbpx

ମହାକାଶରେ ରହିଛି ପୃଥିବୀ ପରି ଆବର୍ଜନା ! ଦେଖନ୍ତୁ ଭିଡ଼ିଓ

ଓଡ଼ିଶା ଭାସ୍କର: ରହସ୍ୟମୟୀ ଏ ଦୁନିଆ । ଗଭୀର ସମୁଦ୍ର ପରି ମହାକାଶରେ ମଧ୍ୟ ଏମିତି ଅନେକ କିଛି ରହସ୍ୟ ରହିଛି ଯାହା ବିଷୟରେ ଆମେ ଅଜଣା । ଏହି ରହସ୍ୟ ବିଷୟରେ ଅଧିକରୁ ଅଧିକ ଜାଣିବା କୌଣସି ଆଶ୍ଚର୍ଯ୍ୟରୁ କମ୍ ନୁହେଁ । ପୃଥିବୀରେ ସାଧାରଣ ବର୍ଜ୍ୟବସ୍ତୁ ଠାରୁ ଆରମ୍ଭ କରି ବୈଦ୍ୟୁତିକ ବର୍ଜ୍ୟବସ୍ତୁ ଦେଖାଦେଇଥାଏ ଯାହା ପରିବେଶ ପାଇଁ କ୍ଷତିକାରକ ଅଟେ । କିନ୍ତୁ କେବେ ମହାକାଶରେ ବର୍ଜ୍ୟବସ୍ତୁ ଥିବା ଶୁଣିଛନ୍ତି କି ? ଯାହା ପୃଥିବୀ ଚାରି କଡ଼ରେ ଘୁରି ବୁଲୁଛି । ବିଜ୍ଞାନ ମାଧ୍ୟମରେ ମଣିଷ ମହାକାଶ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କିନ୍ତୁ ନିଜ ସୁବିଧାକୁ ଗୁରୁତ୍ୱ ଦେଇ ମହାକାଶରେ କେତେ ଯେ ବର୍ଯ୍ୟବସ୍ତୁ ବିସ୍ତାର କରିଛି ତା’ ଉପରେ ନିଘା ନାହିଁ । ଏହାର ଏକ ନମୁନା ଦେଖିବାକୁ ମିଳିଛି ଏହି ଭିଡ଼ିଓ ମାଧ୍ୟମରେ । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓରେ ଦର୍ଶାଯାଇଛି ଯେ କିପରି ନିଜ କକ୍ଷପଥରେ ଘୁରି ବୁଲୁଥିବା ପୃଥିବୀ ଚାରି ପଟେ କିଛି ଜିନିଷ ଗୋଲାକାର ପରି ଘୁରି ବୁଲୁଛି । ଏହା କୌଣସି କସ୍ମିକ ଘଟଣା ନୁହେଁ ବରଂ ମହାକାଶରେ ଥିବା ବର୍ଜ୍ୟବସ୍ତୁ ଅର୍ଥାତ ସ୍ପେସ୍ ଜଙ୍କ । ରଙ୍ଗବେରଙ୍ଗ ଦେଖାଯାଉଥିବା ଜିନିଷ ସବୁ ସାଟେଲାଇଟ୍ ଏବଂ ସ୍ପେସ୍ ଜଙ୍କର ଜାଲ ଯାହା ମଧ୍ୟରେ ପୃଥିବୀ ଫସି ରହିଛି । ଏହି ଭିଡ଼ିଓ @latestinspace ନାମକ ବ୍ୟବହାରକାରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଶେୟାର କରିଛନ୍ତି ।

Get real time updates directly on you device, subscribe now.