fbpx

ୟୁପି ବଜେଟ୍ ୨୦୨୪: ବିଧାନସଭାରେ ୭.୩୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଆର୍ଥିକ ବର୍ଷର୍ ୨୦୨୪-୨୫ ପାଇଁ ସୋମବାର ବଜେଟ୍ ଉପସ୍ଥାପନ ହୋଇଛି । ଅର୍ଥମନ୍ତ୍ରୀ ସୁରେଶ କୁମାର ଖନ୍ନା ବିଧାନସଭାରେ ୭.୩୬ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ ମାଧ୍ୟମରେ ପୁଣି ଥରେ ୟୁପି ସରକାର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ୨୪ ହଜାର କୋଟି ଟଙ୍କାର ନୂତନ ଯୋଜନା ଏହି ବଜେଟରେ ସାମିଲ କରାଯାଇଛି ।

୨୦୨୪-୨୫ ଆର୍ଥିକ ବର୍ଷ ଉପରେ ଗୁରୁତ୍ୱାରୋପ କରି ଅର୍ଥ ମନ୍ତ୍ରୀ ସୁରେଶ କୁମାର ଖନ୍ନା ରାଜଧାନୀ ଲକ୍ଷ୍ନୌ ପାଇଁ ବଡ଼ ଘୋଷଣା କରିଛନ୍ତି । ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ନୌରେ ଇରକ୍ସକ୍ଟ ମସଗ୍ଧଚ୍ଚ ପାଇଁ ଯୋଜନା ରହିଛି । ୧୫୦୦ ଏକର ଜମିରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ଏଥିରେ ୭ ତାରକା ହୋଟେଲ, ପାର୍କ, ବିଶ୍ୱସ୍ତରୀୟ କନଭେନସନ୍ ସେଣ୍ଟର ଭଳି ବିଭିନ୍ନ ସୁବିଧା ଉପଲବ୍ଧ ରହିବ । ଏହା ସହ ଅର୍ଥମନ୍ତ୍ରୀ ରୋଜଗାର ପ୍ରସଙ୍ଗ ଉପରେ ମଧ୍ୟ ଆଲୋକପାତ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ୬ କୋଟି ଲୋକଙ୍କୁ ଦରିଦ୍ରତାରୁ ବାହାର କରିବାରେ ସଫଳ ହୋଇଛି । ଆଜି ରାଜ୍ୟରେ ବେକାରୀ ହାର ମାତ୍ର ୨.୪% ରହିଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଦ୍ୱାରା ହିରୋ ଫ୍ୟୁଚର ଏନର୍ଜୀ ସହ ୪ କୋଟି ଟଙ୍କାର ଏକ ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତିି । ଏହା ଅନ୍ତର୍ଗତ ରାଜ୍ୟରେ ନବୀକରଣ ଉର୍ଜ୍ଜା ଏବଂ ସ୍ୱଚ୍ଛ ଟେକ୍ନୋଲୋଜୀ ପ୍ରକଳ୍ପରେ ବିନିଯୋଗ କରାଯିବ । ତେବେ ଆସନ୍ତୁ ଜାଣିବା ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ୟୁପି ବଜେଟରେ କେଉଁ ସବୁ ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ ।
– ନୂତନ ଶିଳ୍ପର ନିର୍ମାଣ
– ସଡ଼କ ଏବଂ ବାୟୁ କନେକ୍ଟିଭିଟିରେ ବିସ୍ତାର
– ଧାର୍ମିକ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ଏବଂ ନାଗରିକ ସୁବିଧାରେ ବିକାଶ
– ମେଟ୍ରୋ ନେଟୱାର୍କରେ ବିସ୍ତାର
– ଉର୍ଜ୍ଜା ସଂସାଧନରେ ବିକାଶ
– ମହିଳାଙ୍କୁ ସ୍ୱାବଲମ୍ବୀ କରିବା
– ଯୁବକଙ୍କ ରୋଜଗାର
– କୃଷକ ଏବଂ ଗରିବଙ୍କ ପାଇଁ ବିଶେଷ ସୁବିଧା

Get real time updates directly on you device, subscribe now.