fbpx
BSKY
BJD SHG SKY
BJD YOUTH SKY

ପ୍ରଭୁ ରାମଙ୍କ ଆଖିରେ କଜଳ ଲଗାଇବେ ପ୍ରଧାନମନ୍ତ୍ରୀ ମୋଦୀ, ଅଯୋଧ୍ୟାରେ ୧୫ ଜାନୁଆରୀରୁ ଆରମ୍ଭ ହେବ ପ୍ରାଣ ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଅଯୋଧ୍ୟାକୁ ସଜାଯାଉଛି । ଚାରିଆଡେ ଶ୍ରୀରାମଙ୍କ ଜୟ-ଜୟକାର ଲାଗିରହିଛି । ତୋରଣ ଦ୍ୱାର ତିଆରି କରାଯାଉଛି ଏବଂ ପୁଷ୍ପବର୍ଷାର ମଧ୍ୟ ପ୍ରସ୍ତୁତ ହେଉଛି । ଦୀର୍ଘ ସମୟର ଅପେକ୍ଷା ବର୍ତ୍ତମାନ ସରିବାକୁ ଯାଉଛି । ୨୨ ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ରାମ ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ନିଜେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଭୁ ରାମଙ୍କ ଉପରୁ ପରଦା କାଢିବେ ଏବଂ ପ୍ରଭୁଙ୍କ ଆଖିରେ କଜଳ ଲଗାଇ ପୂଜା କରିବେ ।

ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ୨୨ ଜାନୁଆରୀରେ ହେବ । ହେଲେ ଏହାର ୭ ଦିନ ପୂର୍ବରୁ ଅର୍ଥାତ ୧୫ ଜାନୁଆରୀରୁ ଏହାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ପ୍ରାଣ ପ୍ରତିଷ୍ଠା ପୂଜା କରିବା ସହ ପ୍ରଭୁଙ୍କ ସୁନାରେ ନିର୍ମିତ ବସ୍ତ୍ର ପରିଧାନ କରାଯିବ । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଦ୍ୱାରା ଗର୍ଭଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦ ବେନ ପଟେଲ ମଧ୍ୟ ରହିବେ । ରାମ ଜନ୍ମଭୂମିର ପୂଜାପାଠ ମୁଖ୍ୟ ପୂଜକ ଆଚାର୍ଯ୍ୟ ସତେନ୍ଦ୍ର ଦାସ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମୁଖ୍ୟ ଆୟୋଜକ ହେବେ। ରାମ ଜନ୍ମଭୂମିର ମୁଖ୍ୟ ସ୍ଥପତି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଅନୁଯାୟୀ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରତିମୂର୍ତ୍ତିରୁ ପରଦା ହଟାଇବେ। ଏହା ପରେ ସେ ପ୍ରଭୁଙ୍କ ଆଖିରେ କଜଳ ଲଗାଇବେ। ଏହା ପରେ ପ୍ରଭୁ ରାମଙ୍କ ପ୍ରତିମା ଉପରେ ସୁନାରେ ବସ୍ତ୍ର ପରିଧାନ ହେବ ଏବଂ ୫୬ ଭୋଗ ଅର୍ପଣ କରାଯିବ। ସର୍ବପ୍ରଥମେ, ପ୍ରଭୁ ରାମଙ୍କୁ ଏକ ସହର ଭ୍ରମଣରେ ନିଆଯିବ।

Get real time updates directly on you device, subscribe now.