fbpx

ନିଯୁକ୍ତି ପର୍ବ : ଆଜି ୨ହଜାର ୪୭୩ ନୂଆ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ସ୍ୱାସ୍ଥ୍ୟସେବା କ୍ୟାଡରରେ ୨ହଜାର ୪୭୩ ଜଣଙ୍କୁ ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି । ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ୨୩୯୨ ଚିକିତ୍ସା ଅଧିକାରୀ ଏବଂ ୮୧ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟକ୍ଷେତ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ ।

ତେବେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ସହ ଡାକ୍ତର ଅଭାବ ସମସ୍ୟା ଦୂର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ଓଡ଼ିଶା ମେଡିକାଲ ଓ ହେଲ୍ଥ ସର୍ଭିସେସ (ଓଏମଏଚଏସ) କ୍ୟାଡରରେ ୫ ହଜାରରୁ ଅଧିକ ଡାକ୍ତର ପଦବୀ ସୃଷ୍ଟି କରାଯାଇଛି। ଓଡ଼ିଶା ସରକାରଙ୍କ ‘ନିଯୁକ୍ତି ପର୍ବ’ରେ ଆଜି ନୂଆ ଡାକ୍ତରମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ୨ ହଜାର ୪୭୩ ଚିକିତ୍ସାଧିକାରୀ ଓ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଦିଗଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Get real time updates directly on you device, subscribe now.