fbpx

(Big News) ଭାରତ ଆୟୋଜନ କରିବ Olympics: IOC ସେଶନରେ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପାଇଁ ଆଉ ଏକ ସ୍ୱପ୍ନ ଦେଖିଛନ୍ତି । ଭାରତରେ ଅଲିମ୍ପିକ କ୍ରୀଡ଼ା ଆୟୋଜନ କରିବା ନେଇ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଇଓସି ସେଶାନରେ ଯୋଗ ଦେଇ ମୋଦୀ ଏହି ଗୋଷଣା କରିଛନ୍ତି । ଆସନ୍ତା ୨୦୩୬ ମସିହାରେ ଭାରତରେ ଅଲିମ୍ପିକ କ୍ରୀଡ଼ାର ସଫଳ ଆୟୋଜନ କରାଯିବ ବୋଲି ମୋଦୀ ଘୋଷଣା କରିଛନ୍ତି । ଅନ୍ତରାଷ୍ଟ୍ରୀୟ ଅଲିମ୍ପିକ ସମିତିର ୧୪୧ ତମ ସେଶନରେ ଯୋଗ ଦେଇ ଏଭଳି ଏକ ଗୋଷଣା କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାକୁ ଉଦଘାଟନ କରିବା ସମୟରେ ମୋଦୀ କହିଛନ୍ତି ଯେ, ୪୦ ବର୍ଷ ପରେ ଭାରତରେ ଆଇଓସି ସେଶନର ଆୟୋଜନ କରିବା ଏକ ଗୌରବର ବିଷୟ । ତେବେ ଆସେନ୍ତା ବର୍ଷରେ ଭାରତର ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସାକାର ହେବ ବୋଲି ଆଶା କରାଯାଉଛି ।

ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତ ବେଶ୍ ଉତ୍ସାହିତ ବୋଲି ସେ କହିଛନ୍ତି। ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଆମ ପ୍ରୟାସରେ ଭାରତ କୌଣସି କସରତ ଛାଡିବ ନାହିଁ। ଏହା ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ । ଆଇଓସି ସହଯୋଗରେ ଆମେ ଏହି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛୁ। କ୍ରୀଡ଼ା କେବଳ ପଦକ ଜିତିବା ପାଇଁ ନୁହେଁ ବରଂ ଏହା ହୃଦୟ ଜିତିବାର ସର୍ବୋତ୍ତମ ଉପାୟ । ଏହା କେବଳ ଚାମ୍ପିୟନଙ୍କୁ ଜନ୍ମ ଦେଇନଥାଏ ବରଂ ଶାନ୍ତିକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ।

ସେପଟେ ବାକ୍ କହିଛନ୍ତି, ଭାରତ ଏକ ପ୍ରେରଣାଦାୟୀ ସ୍ଥାନ। ଏସୀୟ କ୍ରୀଡ଼ାର ପ୍ରଦର୍ଶନ କୁ ନେଇ ଭାରତର ସମଗ୍ର ଅଲିମ୍ପିକ୍ ସମୁଦାୟ ଗର୍ବିତ ହୋଇପାରିବେ। ଆଇଓସି ସଭାପତି ତାଙ୍କ ଅଭିଭାଷଣରେ ଅଲିମ୍ପିକ୍ସ କାର୍ଯ୍ୟକ୍ରମରେ ଇ-କ୍ରୀଡ଼ାକୁ ଅନ୍ତର୍ଭୁକ୍ତ କରିବା ର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଯୁବପିଢ଼ିଙ୍କ ମାନସିକତା ଉପରେ ବିଶ୍ୱାସ କରିବା ଏବଂ ସେମାନଙ୍କୁ ସଶକ୍ତ କରିବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ବାକ୍ କହିଥିଲେ ଯେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ କୁ ସାମିଲ କରାଯିବ କାରଣ ଏହା ସମଗ୍ର ବିଶ୍ୱରେ ଅଧିକ ଲୋକପ୍ରିୟ ହେଉଛି। ଚଳିତ କ୍ରିକେଟ୍ ବିଶ୍ୱକପ୍ ଭାରତରେ ସଫଳତାର ସହ ଆୟୋଜନ କରାଯାଉଛି ବୋଲି ବାକ୍ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଇଓସିର ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଅଲିମ୍ପିକ୍ସରେ ଭାରତର ଅନ୍ୟତମ ଲୋକପ୍ରିୟ କ୍ରୀଡ଼ା କ୍ରିକେଟକୁ ସାମିଲ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ବଡ଼ ବଡ଼ ବିଶ୍ବସ୍ତରୀୟ ପ୍ରତିଯୋଗିତା ଆୟୋଜନ କରିବାକୁ ସକ୍ଷମ। ଅଲିମ୍ପିକ୍ସ ଆୟୋଜନ ପାଇଁ ଆମ ପାଖରେ କ୍ଷମତା, ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି ରହିଛି।

Get real time updates directly on you device, subscribe now.