fbpx

ଗ୍ଲୋବାଲ୍ ଲିଡର ଅନୁମୋଦନ ମୂଲ୍ୟାୟନ: ବିଶ୍ୱର ଶ୍ରେଷ୍ଠ ୨୧ ନେତାଙ୍କୁ ପଛରେ ପକାଇ ମୋଦୀ ନଂ.୧

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲୋବାଲ ଲିଡର ଅନୁମୋଦନ ମୂଲ୍ୟାୟନରେ ବିଶ୍ୱର ୨୧ଜଣ ଶୀର୍ଷସ୍ତରୀୟ ନେତାଙ୍କୁ ପଛରେ ପକାଇଛନ୍ତି । ଜଣେ ରାଜନେତା ଭାବରେ ବିଶ୍ୱ ନେତାଙ୍କ ମଧ୍ୟରେ ସବୁଠାରୁ ଭଲ କାମ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ପସନ୍ଦ କରାଯାଇଛି ।

ତାଙ୍କ ପରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ଦ୍ୱିତୀୟ ସ୍ଥାନରେ ଥିବାବେଳେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଅଲ୍ବନୀଜ୍ ତୃତୀୟ ସ୍ଥାନରେ ଅଛନ୍ତି । ମାର୍ଚ୍ଚର ଶେଷ ଏକ ସପ୍ତାହ ପାଇଁ ଏହି ମୂଲ୍ୟାୟନ ।

ମାର୍ଚ୍ଚ ୨୨ ରୁ ୨୮ ପର୍ଯ୍ୟନ୍ତ ଗ୍ଲୋବାଲ ଲିଡର ଅନୁମୋଦନ ମୂଲ୍ୟାୟନରେ ପିଏମ ମୋଦୀଙ୍କୁ ବିଶ୍ୱର ୭୬% ଶ୍ରେଷ୍ଠ ରାଜନୀତିଜ୍ଞ ଭାବେ ଅନୁମୋଦନ କରିଛନ୍ତି । ୧୦୦ ପ୍ରତିଶତ ଲୋକଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକ ତାଙ୍କ ବିଷୟରେ କୌଣସି ମତ ପ୍ରକାଶ କରି ନ ଥିବାବେଳେ ୧୯ ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଛନ୍ତି ।

ଅନ୍ୟପକ୍ଷରେ, ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋରଙ୍କୁ ଜଣେ ଭଲ ରାଜନେତା ଭାବରେ ୬୧ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି ଏବଂ ୪ ପ୍ରତିଶତ ତାଙ୍କ ବିଷୟରେ କୌଣସି ମତ ପ୍ରକାଶ କରିନଥିବା ବେଳେ ୩୪ ପ୍ରତିଶତ ଲୋକ ନାପସନ୍ଦ କରିଛନ୍ତି ।

ତିନି ନମ୍ବରରେ ୫୫ ପ୍ରତିଶତ ଲୋକ ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଅଲବ୍ନିଜ୍ଙ୍କୁ ପସନ୍ଦ କରିଥିବାବେଳେ ୧୨ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ ତାଙ୍କ ବିଷୟରେ କିଛି ଜାଣନ୍ତି ନାହିଁ । ୩୨ ପ୍ରତିଶତ ଲୋକ ତାଙ୍କୁ ଜଣେ ଭଲ ନେତା ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି । ପିଏମ ମୋଦୀ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପରି ପ୍ରସିଦ୍ଧ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି ।

Get real time updates directly on you device, subscribe now.