fbpx

ଶିକ୍ଷାପର୍ବରେ ଏକାଧିକ ଯୋଜନାର ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ଶିକ୍ଷକ ପର୍ବ ଅବସରରେ ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦ୍ୟାଞ୍ଜଳି ୨.୦, ନିଷ୍ଠା ୩.୦ ସମେତ ଟକିଂ ବୁକ୍ସ ଓ ୧୦ ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେତିକ ଭାଷାର ଏକ ଶବ୍ଦକୋଷର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦେଶର ବିଭିନ୍ନ ଭାଗରୁ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଭିସି ଜରିଆରେ ସାମିଲ ହୋଇଥିଲେ । ଏହି ଅବସରରେ ଜାତୀୟ ପୁରସ୍କାର ବିଜେତା ଶିକ୍ଷକଙ୍କ ଉଦ୍ୟମକୁ ପ୍ରସଂଶା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜିର ଦିନରେ ଆରମ୍ଭ ହୋଇଥିବା ବହୁମୁଖୀ ଉଦ୍ୟମଗୁଡିକ ଶିକ୍ଷାକ୍ଷେତ୍ରକୁ ନୂଆ ଦିଗ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ଭୂମିକା ଓ ଭାଗିଦାରି ଥିବା ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବା ସହ ମୋଦୀ କହିଛନ୍ତି ଯେ, ‘ କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସମାନ ଓ ସର୍ବାଙ୍ଗୀନ ହେବା ଉଚିତ । ନୂଆ ଶିକ୍ଷାନୀତିଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବାରେ ଏହା ସହାୟକ ହେବ । ନୂଆ ଜାତୀୟ ଶିକ୍ଷା ନୀତି ଶିକ୍ଷାକୁ ପ୍ରତିଯୋଗିତାମୂଳକ କରିବ । ପିଲାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଓ ସମର୍ଥ କରି ଗଢ଼ିତୋଳିବ ।’ ଏହା ସହ ଅଲିମ୍ପିଆନମାନଙ୍କୁ ୭୫ଟି ଲେଖାଏଁ ସ୍କୁଲକୁ ଯିବାକୁ ମୋଦୀ ଅନୁରୋଧ କରିଛନ୍ତି । ଏପରି କରିବା ଦ୍ୱାରା କ୍ରୀଡାବିତଙ୍କ ଦ୍ୱାରା ଭବିଷ୍ୟତର ପିଢ଼ି ଅନୁପ୍ରେରିତ ହେବେ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.