fbpx
BSKY SKY
BSKY SKY

୧୦ କୋଟି କୃଷକଙ୍କ ପାଇଁ ଆସୁଛି ଏକ ବଡ଼ ଉପହାର: ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାର କରିବେ ଏକ ବଡ଼ ଘୋଷଣା!

BSKY

ନୂଆଦିଲ୍ଲୀ: ଆଗକୁ ଆସୁଛି ଲୋକସଭା ନିର୍ବାଚନ । ତା’ ପୂର୍ବରୁ ନୂଆବର୍ଷରେ ମୋଦୀ ସରକାର ଦେଶର ଗରିବ ଓ କୃଷକଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି । ଆସନ୍ତା ଏପ୍ରିଲ-ମେ ମାସରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ତା’ ପୂର୍ବରୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାର ହିତାଧିକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିପାରନ୍ତି ।

ସୂଚନା ମୁତାବକ, ମୋଦୀ ସରକାର କୃଷକଙ୍କ ଆକାଉଣ୍ଟକୁ ଏଥର ୬ ହଜାର ବଦଳରେ ୮ ହଜାର ଟଙ୍କା ଟ୍ରାନ୍ସଫର କରିପାରନ୍ତି । ଖୁବଶୀଘ୍ର ପିଏମ କିଷାନ ଯୋଜନାର ଅର୍ଥରାଶି ବୃଦ୍ଧି ହେବାର ସମ୍ଭାବନା ରହିଛି । ପୂର୍ବରୁ ହିତାଧିକାରୀଙ୍କୁ ୩ଟି କିସ୍ତିରେ ବର୍ଷକୁ ମୋଟ ୬ ହଜାର ଟଙ୍କା ମିଳୁଥିବା ବେଳେ ନୂଆ ଘୋଷଣା ହେଲେ ହିତାଧିକାରୀଙ୍କୁ ବର୍ଷକୁ ୮ ହଜାର ଟଙ୍କାର ଅର୍ଥରାଶି ମିଳିବ । ଆସନ୍ତା ଫେବୃଆରୀ-ମାର୍ଚ୍ଚ ମଧ୍ୟରେ କେନ୍ଦ୍ର ସରକାର ପିଏମ-କିଷାନ ଯୋଜନାର ୧୬ତମ କିସ୍ତି ଜାରି କରିପାରନ୍ତି ।

ତେବେ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ଗତ ବର୍ଷ ନଭେମ୍ବର ମାସ ୧୫ରେ କେନ୍ଦ୍ର ସରକାର ଏହି ଯୋଜନାର ୧୬ତମ କିସ୍ତି ଜାରି କରିଥିଲେ । ତେଣୁ ଏଥର କେନ୍ଦ୍ର ସରକାର ମଧ୍ୟ କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ସେହିପରି ମହଙ୍ଗା ଭତ୍ତା (ଡିଏ)କୁ ନେଇ ମଧ୍ୟ କେନ୍ଦ୍ର ସରକାର କିଛି ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ଡିଏ ଓ ୧୮ ମାସର ବକେୟା ଡିଏ ଉପରେ ମଧ୍ୟ କିଛି ଘୋଷଣା ହୋଇପାରେ । ଏହି ଘୋଷଣା ହେଲେ ସରକାରୀ କର୍ମଚାରୀମାନେ ଉପକୃତ ହୋଇ ପାରିବେ ।

Get real time updates directly on you device, subscribe now.