fbpx
BJD
BJD SKY
BJD SKY

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ସହୀଦମାନଙ୍କ ବଳିଦାନ ଆମକୁ ଦେଶ ସେବା କରିବାକୁ ଦେଇଛି ପ୍ରେରଣା

BJD

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ରାଜଘାଟ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ ୭୬ତମ ପୁଣ୍ୟତିଥିରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ଦିଲ୍ଲୀର ଉପରାଜ୍ୟପାଳ ବିନୟ ସକ୍ସେନା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ବହୁ ବରିଷ୍ଠ ନେତା ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ୧୯୪୮ ମସିହା ଆଜିର ଦିନରେ ରାଷ୍ଟ୍ରପିତା ମହାତ୍ମାଗାନ୍ଧୀଙ୍କୁ ନାଥୁରାମ ଗଡସେ ନାମକ ଆତତାୟୀ ହତ୍ୟା କରିଥିଲା । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି କି, ‘ମୁଁ ପୂଜ୍ୟ ବାପୁଙ୍କୁ ତାଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି’ । ଏହା ସହିତ ମୁଁ ସେହିମାନଙ୍କୁ ବି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଯେଉଁମାନେ ଆମ ଦେଶପାଇଁ ସହୀଦ ହୋଇଛନ୍ତି । ସେମାନଙ୍କ ବଳିଦାନ ଆମକୁ ଲୋକଙ୍କ ସେବା କରିବାକୁ ଓ ଆମ ରାଷ୍ଟ୍ର ଲାଗି ସେମାନଙ୍କ ସ୍ୱପ୍ନକୁ ପୁରା କରିବାକୁ ପ୍ରେରଣା ଦେଇଆସୁଛି ।

Get real time updates directly on you device, subscribe now.