fbpx

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଇନାରେ ମଧ୍ୟ ଲୋକପ୍ରିୟ, ‘ମୋଦୀ ଅମର’ ବୋଲି ଭାବୁଛନ୍ତି ଲୋକେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକପ୍ରିୟତା ସମଗ୍ର ବିଶ୍ୱରେ ବଢି ଚାଲିଛି। ଅନେକ ଦେଶ ମୋଦୀଙ୍କୁ ବିଶ୍ୱ ନେତା ଭାବୁଥିବା ବେଳେ, ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ତାଙ୍କର ମତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏବେ ଆମେରିକାର ଏକ ଷ୍ଟାଟେଜିକ୍‌ ମାଗାଜିନ୍‌ରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ୍‌ର ଲୋକମାନେ ‘ମୋଦୀ ଅମର’ ବୋଲି କହୁଛନ୍ତି ।

ଏହି ଅର୍ଟିକିଲରେ ଚାଇନାରେ ଭାରତକୁ କିପରି ଦେଖାଯାଏ? ସେ ବିଷୟରେ ବିଶ୍ଳେଷଣ କରିଥିଲେ ଚାଇନାର ସାମ୍ବାଦିକ ‘ମୁ ଚୁନଶାନ’। ସେ ଏଥିପାଇଁ ଚାଇନାର ସୋସିଆଲ ମିଡିଆ ବିଶେଷ କରି ସିନା ୱାଇବୋ (ଚାଇନାରେ ଟ୍ୱିଟର ଭଳି) ବିଶ୍ଳେଷଣ କରିବା ପରେ କହିଛନ୍ତି ଯେ ମୋଦୀଙ୍କ ନେତୃତ୍ୱରେ ଭାରତ ବିଭିନ୍ନ ଦେଶ ସହିତ ସନ୍ତୁଳନ ବଜାୟ ରଖିପାରିବ ବୋଲି ଅଧିକାଂଶ ଚାଇନାର ଲୋକେ ଅନୁଭବ କରୁଛନ୍ତି । ସିନା ୱାଇବୋରେ ୫୮୨ ନିୟୁତ ସକ୍ରିୟ ୟୁଜର ଅଛନ୍ତି । ଚାଇନାର ଇଣ୍ଟରନେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏକ ଅସାଧାରଣ ଡାକନାମ ରହିଛି, ଯାହାକୁ ଲୋକେ ଚାଇନା ଭାଷାରେ ମୋଦୀ ‘ଲାଓକ୍ସିଆନ୍’ କୁହନ୍ତି, ଏହାର ଅର୍ଥ ହେଉଛି ‘ମୋଦୀ ଅମର’।

ଏହି ଡାକନାମରୁ ଜଣାପଡିଛି ଯେ ଚୀନ୍ ଲୋକମାନେ ଭାବନ୍ତି ଯେ, ମୋଦୀ ଅନ୍ୟ ନେତାଙ୍କ ତୁଳନାରେ ଭିନ୍ନ, ଆହୁରି ଆଶ୍ଚର୍ଯ୍ୟଜନକ ଅଟନ୍ତି । ସେ କହିଛନ୍ତି ଯେ ଲାଓକ୍ସିଆନ୍ ପରି ଦେଖାଯାଉଥିବା ତାଙ୍କ ପୋଷାକ ଏବଂ ଶାରୀରିକ ରୂପ ଏବଂ ତାଙ୍କର କିଛି ନୀତି ଯାହା ଭାରତଠାରୁ ଭିନ୍ନ ଅଟେ । ଯାହା ଭାରତର ପୁର୍ବ ନେତୃତ୍ୱଙ୍କ ଠାରୁ ଅଲଗା । ସେହିପରି ମୋଦୀଙ୍କ ନେତୃତ୍ୱରେ ଅନ୍ୟ ପ୍ରମୁଖ ଦେଶମାନଙ୍କ ସହ ଭାରତର ସମ୍ପର୍କ ଉପରେ ସେ କହିଛନ୍ତି ଯେ, ଋଷ, ଆମେରିକା ହେଉ କିମ୍ବା ପାଶ୍ଚତ୍ୟ ଦେଶ ହେଉ, ଭାରତ ଏହି ସମସ୍ତଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପଭୋଗ କରିପାରିବ, ଯାହା କିଛି ଚୀନ୍ ପାଇଁ ଅତ୍ୟନ୍ତ ପ୍ରଶଂସନୀୟ । “ତେଣୁ ‘ଲାଓକ୍ସିଆନ୍‌’ ଶବ୍ଦ ଚୀନ୍ ଲୋକଙ୍କ ମୋଦୀଙ୍କ ପ୍ରତି ଥିବା ଜଟିଳ ଭାବନାକୁ ପ୍ରତିଫଳିତ କରିଥାଏ, ଯାହା କୌତୁହଳ, ଆଶ୍ଚର୍ଯ୍ୟ ଏବଂ ବୋଧହୁଏ ଏକ ନିନ୍ଦନୀୟ ବିଷୟ” ବୋଲି ମୁ ଲେଖିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି କି ବିଗତ ୨୦ ବର୍ଷ ଧରି ମୁଁ ଆନ୍ତର୍ଜାତୀୟ ବିଷୟରେ ସାମ୍ବାଦିକତା କରୁଛି । ଏହି ସମୟରେ କୌଣସି ବିଦେଶି ନେତା ଚାଇନାରେ ଏତେ ଲୋକପ୍ରିୟତା ହାସଲ କରିବା ଏବଂ ନିଜର ଏକ ନୂତନ ନାମ ସୃଷ୍ଟି କରିବା କ୍ୱଚିତ୍ । ୨୦୧୪ ରେ ସେ କ୍ଷମତାକୁ ଆସିବା ପରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ପୂର୍ବତନ ପ୍ରିମିୟର ଲି କେକିଆଙ୍ଗଙ୍କୁ ଆତିଥେୟତା କରିବା ବ୍ୟତୀତ ମୋଦୀ ସି ଜିନପିଙ୍ଗଙ୍କୁ ୱୁହାନ ଏବଂ ପରେ ଚେନ୍ନାଇ ନିକଟ ମମଲାଲାପୁରମରେ ଦୁଇଟି ବିରଳ ଅନୌପଚାରିକ ସମ୍ମିଳନୀ ମଧ୍ୟ କରିଥିଲେ, ଯାହା ପରେ ଦୁଇ ଏସୀୟ ମହାଶକ୍ତି ମଧ୍ୟରେ ସମ୍ପର୍କର ଉନ୍ନତି ହେବାର ଆଶା ବଢ।।ଇଥିଲା ।

Get real time updates directly on you device, subscribe now.