fbpx

ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ଆସନ୍ତାକାଲି କ୍ୱାଡ ବୈଠକରେ ହେବେ ସାମିଲ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ବୈଠକରେ ସାମିଲ ହେବା ପାଇଁ ଟୋକିଓ ପହଞ୍ଚଛନ୍ତି । ଜାପାନର ରାଜଧାନୀ ରେ ଭାରତୀୟ ସମୁଦାୟ ଲୋକମାନେ ତାଙ୍କର ଜୋରଦାର ସ୍ୱାଗତ କରିଥିଲେ । ଅନେକ ଛୋଟ ପିଲା ମଧ୍ୟ ଏହି ଅବସରରେ ପିଏମ ମୋଦୀଙ୍କୁ ଦେଖାକରିବାକୁ ଉତ୍ସାହିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସବୁ ପିଲାଙ୍କୁ ପ୍ରଥମ ସାକ୍ଷାତ କରିଥିଲେ, ଏବଂ ସେମାନଙ୍କ ସହ କଥା ହୋଇଥିଲେ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆସନ୍ତାକାଲି ହେବାକୁ ଥିବା କ୍ୱାଡ ବୈଠକରେ ଯୋଗଦେବେ । ଏହା ସହ ପ୍ରାୟ ୨୩ କାର୍ଯ୍ୟକ୍ରମରେ ସାମିଲ ହେବେ । ମୋଦୀ ଜାପାନର ଜାପାନର ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି ।

ସେପଟେ ଋଷ ଏବଂ ୟୁକ୍ରେନ ଯୁଦ୍ଧ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଥମ ଭେଟ ହେବ । ଋଷ ୟୁକ୍ରେନ ଯୁଦ୍ଧରେ ଭାରତ, ସଂପୂର୍ଣ୍ଣ ଭାବରେ ଆମେରିକାର ସମର୍ଥନ କରିନାହିଁ । ଏମିତିରେ ଉଭୟ ଦେଶ ମଧ୍ୟରେ କ’ଣ ଆଲୋଚନା ହେବା ତାହା ଉପରେ ସମସ୍ତଙ୍କ ନଜର ।

Get real time updates directly on you device, subscribe now.