fbpx
BSKY
BJD SHG SKY
BJD YOUTH SKY

(Video)ମାଆଙ୍କୁ ଭେଟିବା ପାଇଁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ପହଞ୍ଚିଲେ ମୋଦୀ

ନୂଆଦିଲ୍ଲୀ : ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରା ବେନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସକାଳେ ନିଶ୍ୱାସ ପ୍ରଶ୍ୱାସରେ ତାଙ୍କୁ ଅସୁବିଧା ହେତୁ ପିଏମ ମୋଦୀଙ୍କ ମା ହୀରା ବେନଙ୍କୁ ମେହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଡାକ୍ତରଙ୍କ ଟିମ୍ ତାଙ୍କୁ ଚିକିତ୍ସା କରୁଛନ୍ତି। ସୂଚନାମୁତାବକ ନିକଟରେ ହୀରା ବେନ ତାଙ୍କର ୧୦୦ ତମ ଜନ୍ମଦିନ ପାଳନ କରିଥିଲେ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଆ ଙ୍କୁ ଭେଟିବା ପାଇଁ ଅହମଦାବାଦ ରେ ପହଞ୍ଚିଛନ୍ତି। ଏହା ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ଟ୍ୱିଟ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ଶ୍ରଦ୍ଧା ଭଲ ପାଇବା ଜଣେଇଛନ୍ତି ।

ସୂଚନାମୁତାବକବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇ ଥିବା କାରଣରୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହତା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଅବଶ୍ୟ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା କୁହାଯାଉଛି । ଅନ୍ୟପଟେ ହୀରାବେନଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.