fbpx

ମୋଦୀ-ପୁଟିନ୍ ଆଲୋଚନା; ୪୫ ମିନିଟ୍ ଯାଏଁ ଚାଲିଥିଲା ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଜାରି ରହିଥିବା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି । ଦୁହିଁଙ୍କ କଥାବାର୍ତ୍ତା ୪୫ ମିନିଟ୍ ପର୍ଯ୍ୟନ୍ତ ଜାରି ରହିଥିଲା । ଏହି ସମୟରେ ଆଫଗାନିସ୍ତାନରେ ଜାରି ରହିଥିବା ଯୁଦ୍ଧକାଳୀନ ପରିସ୍ଥିତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଦୁଇ ନେତା ମିଶି ଏହି ସଙ୍କଟ ସହିତ ଲଢ଼ିବା ଉପରେ କାମ କରିବେ ବୋଲି ଇଚ୍ଛା ଜାହିର୍ କରିଥିଲେ ।

Get real time updates directly on you device, subscribe now.