fbpx

ଟାଟା-ଅମ୍ବାନୀ ପାଖରେ ନାହିଁ ଏହି ଅଭିନେତାଙ୍କ ପରି ମହଙ୍ଗା କାର୍, ଜାଣନ୍ତୁ କିଏ ଏହି ହିରୋ

ମୁମ୍ବାଇ: ବଲିଉଡ୍ ଷ୍ଟାର୍ ମାନଙ୍କ ଠାରୁ ଆରମ୍ଭ କ୍ରିକେଟ୍ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଦାମୀ ଓ ଆରାମଦାୟକ କାର୍ ଚଢ଼ିବାକୁ ପସନ୍ଦ କରିଥାନ୍ତି । ଏହି ଷ୍ଟାର୍ ମାନେ ନିଜର ସଉକ୍ ପୂରା କରିବା ପାଇଁ ଦାମୀ ଦାମୀ କାର୍ ଚଢ଼ନ୍ତି । ହେଲେ ଏବେ ଦକ୍ଷିଣ ଭାରତୀୟ ଫିଲ୍ମ ବା ସାଉଥ୍ ଫିଲ୍ମ ଆକ୍ଟର ମାନଙ୍କ ବି କିଛି କମ୍ ନୁହେଁ । ଏବେ ସେମାନଙ୍କ କାର୍ କୁ ନେଇ ଚର୍ଚ୍ଚା ସବୁଠି । ଏହି ଲିଷ୍ଟ୍ ରେ ଅନେକ ଆଗ ଧାଡ଼ିର ଅଭିନେତା ସାମିଲ ରହିଛନ୍ତି । ନିକଟରେ ଜୁନିୟର୍ ଏନଟିଆର୍ ଏକ ଏମିତି କାର୍ କିଣିଛନ୍ତି ଯାହା ପୂରା ଦେଶରେ ତାଙ୍କ ବ୍ୟତୀତ ଆଉ କାହା ପାଖରେ ବି ନାହିଁ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଏହି କାର୍ ଚଢ଼ୁଛନ୍ତି । ତେବେ ଚାଲନ୍ତୁ ଜାଣିବା ସାଉଥ୍ ଷ୍ଟାର୍ ମାନଙ୍କ କୋଟି କୋଟି ଟଙ୍କାର ଗାଡ଼ି ସମ୍ପର୍କରେ ।

ପ୍ରଭାସ

ବାହୁବଳୀ ଷ୍ଟାର୍ ପ୍ରଭାସ ନିଜର ପ୍ରତିଟି ଫିଲ୍ମ ପାଇଁ ୧୦୦ କୋଟିରୁ ଅଧିକ ଫିସ୍ ନିଅନ୍ତି । ଏଥିସହିତ ସେ ନିଜର ଷ୍ଟାଇଲ୍ ଏବଂ ଲୁକ୍ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ନିଜ ଫିଲ୍ମ ଗୁଡ଼ିକ ସଫଳତା ପାଇଁ ସେ ରଲସ୍ ରଏସ୍ ଫାଣ୍ଟମ୍ (Rolls Royce Phantom) ଭଳି ସବୁଠାରୁ ଦାମୀ କାର୍ କିଣିଛନ୍ତି । ଏହି କାର୍ କୁ କଷ୍ଟମାଇଜ୍ କରିବା ପରେ ଏହାର ଦାମ୍ ୮ କୋଟି ହୋଇଛି । ସାଉଥ୍ ଷ୍ଟାର୍ ମାନଙ୍କ ମଧ୍ୟରେ ସବୁଠାରୁ ଦାମୀ କାର୍ ପ୍ରଭାସଙ୍କ ପାଖରେ ରହିଛି ।

ରାମ ଚରଣ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରାମ ଚରଣ ଏକ ବହୁତ ବଡ଼ ନାମ । ସେ ଅନେକ ସୁପର୍ ହିଟ୍ ଫିଲ୍ମରେ ନିଜର ଅଭିନୟର କଳା ଦେଖାଇ ସାରିଛନ୍ତି । ସେ ଫିଲ୍ମ ସହିତ ଜଣେ ସଫଳ ଫିଲ୍ମ ନିର୍ମାତା ଏବଂ ବ୍ୟବସାୟୀ ମଧ୍ୟ । ତାଙ୍କ ପାଖରେ ଗୋଟିଏ ପରେ ଦାମୀ ଦାମୀ କାର୍ ର ଏକ ବଡ଼ କଲେକ୍ସନ୍ ରହିଛି । ସେ ନିକଟରେ ହିଁ Range Rover Biography କାର୍ କିଣିଛନ୍ତି । ଏହାର ଦାମ୍ ୫ କୋଟି ।

ଜୁନିୟର୍ ଏନଟିଆର୍

ତେଲୁଗୁ ସିନେମାରେ ଜୁନିୟର୍ ଏନଟିଆର୍ ହେଉଛନ୍ତି ଜଣେ ନାମୀ ଦାମୀ କଳାକାର । ତାଙ୍କ ଫିଲ୍ମ ତାଙ୍କ ନାମରେ ହିଁ ଚାଲିଥାଏ । ନିକଟରେ ସେ ଏକ ଲମ୍ବୋରଗିନି କାର୍ କିଣିଛନ୍ତି । ସେ ଯେଉଁ ମଡେଲ୍ କିଣିଛନ୍ତି ତାହା ଭାରତରେ ଆଉ କାହା ପାଖରେ ବି ନାହିଁ । ସେ ପ୍ରଥମ ଭାରତୀୟ ଯିଏକି ଏହି ମଡେଲ୍ ର କାର୍ କିଣିଛନ୍ତି । ସେ ଲମ୍ବୋରଗିନିର Urus ଗ୍ରାଫାଇଟ୍ କ୍ୟାପ୍ସୁଲ୍ ଏଡିସନ୍ କିଣିଛନ୍ତି । ଏହି କାର୍ କୁ ଲମ୍ବୋରଗିନି ପକ୍ଷରୁ ସ୍ପେଶାଲ୍ ଡିମାଣ୍ଡ୍ କରାଯିବା ପରେ ଏନଟିଆର୍ ଙ୍କ ପାଇଁ ଅଣାଯାଇଛି । ଏହାର ଦାମ୍ ୩.୭୫ କୋଟି ଟଙ୍କା ।

ଚିରଞ୍ଜୀବୀ

ସାଉଥ୍ ର ମହାନ୍ କଳାକାରଭ୍କ ମଧ୍ୟରେ ଚିରଞ୍ଜୀବୀଙ୍କ ନାମ ରହିଛି । ତାଙ୍କ ପାଖରେ ଅନେକ ଦାମୀ କାର୍ ରହିଛି । ଦାମୀ ଗାଡ଼ି ମଧ୍ୟରୁ ରଲସ୍ ରଏସ୍ ଫାଣ୍ଟମ୍ (Rolls Royce Phantom) ରହିଛି । ଯାହାର ଦାମ୍ ୩ କୋଟିରୁ ଅଧିକ ।

ମହେଶ ବାବୁ

ଅଭିନେତା ମହେଶ ବାବୁଙ୍କ ତ ଆପଣ ମାନେ ଜାଣିଛନ୍ତି । ଫ୍ୟାନ୍ସ ମାନେ ଆକ୍ଟିଂ ଏବଂ କ୍ୟୁଟ୍ ପର୍ସନାଲିଟି ପାଇଁ ଅଧିକ ପସନ୍ଦ କରନ୍ତି । ତାଙ୍କ ପାଖରେ ଦୁନିଆର ମଶହୁର୍ ଏସୟୁବୀ ରେଞ୍ଜ ରୋଭର୍ କାର୍ ରହିଛି । ଏହି ଦାମୀ କାର୍ ର ମୁଲ୍ୟ ୨ କୋଟିରୁ ଅଧିକ ।

Get real time updates directly on you device, subscribe now.